ଧୂଆଁଧାର ପ୍ରଚାର ଶେଷ, ଆରମ୍ଭ ହେଲା ନୀରବ ମୁହୂର୍ତ୍ତ । ଦିନକ ପରେ ୬ ଲୋକସଭା ଓ ୪୧ ବିଧାନସଭା ଆସନ ପାଇଁ ପଡିବ ଭୋଟ୍

ଧୂଆଁଧାର ପ୍ରଚାର ଶେଷ, ଆରମ୍ଭ ହେଲା ନୀରବ ମୁହୂର୍ତ୍ତ । ଦିନକ ପରେ ୬ ଲୋକସଭା  ଓ ୪୧ ବିଧାନସଭା ଆସନ ପାଇଁ ପଡିବ ଭୋଟ୍

କନକ ବ୍ୟୁରୋ: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଆଜି ଶେଷ ହୋଇଛି ପ୍ରଚାର । ରାଜ୍ୟର ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ଏହି ଚତୁର୍ଥ ପର୍ଯ୍ୟାୟରେ ଅପ୍ରେଲ ୨୯ ତାରିଖ ସୋମବାର ପଡିବ ଭୋଟ । ତେବେ ଶେଷ ଦିନରେ କର୍ମୀ ଓ ସମର୍ଥକଙ୍କ ସହ ପୁରା ଦମ ଲଗାଇ ଜୋରଦାର ପ୍ରଚାର କରିଛନ୍ତି ରାଜନୈତିକ ଦଳର ପ୍ରାର୍ଥୀ । ଆଜିଠାରୁ ଆରମ୍ଭ ହୋଇଛି ୪୮ ଘଂଟିଆ ନୀରବ ମୁହୂର୍ତ୍ତ । ଏବେ କୌଣସି ପ୍ରକାର ପ୍ରଚାର ହୋଇପାରିବନି, ନୀରବି ଯିବ ଡାକବାଜି ଯନ୍ତ୍ର ।

publive-image

ତେବେ ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ମତଦାନ ହେବ। ୧୦,୭୯୨ ମତଦାନ କେନ୍ଦ୍ରରେ ୫୨ ଜଣ ପ୍ରାର୍ଥୀଙ୍କ ପାଇଁ ୯୫,୧୪,୮୮୩ ମତଦାତା ଭୋଟ ଦେବେ। ମତଦାତାଙ୍କ ମଧ୍ୟରୁ ୪୬,୦୫,୬୯୪ ଜଣ ମହିଳା, ୪୯,୦୮,୫୭୫ ପୁରୁଷ ଓ ୬୧୫ ତୃତୀୟ ଲିଙ୍ଗର ଭୋଟର।ଏହି ପର୍ଯ୍ୟାୟର ନିର୍ବାଚନ ପାଇଁ ଆଜି ରାଜନୈତିକ ନେତାମାନେ ନିର୍ବାଚନ ପ୍ରଚାର ଶେଷ କରିଥିବା ବେଳେ ନିର୍ବାଚନ କମିସନ ଅଧିକ ତତ୍ପର ଦେଖାଯାଇଛନ୍ତି।

publive-image

ସେପଟେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଆଜି ଠାରୁ ପୋଲିଂ ବୁଥକୁ ବାହାରି ଯାଇଛନ୍ତି ପୋଲିଂ କର୍ମଚାରୀ । ଇଭିଏମ୍ ଓ ଭିଭିପାଟ୍ ମେସିନ୍ ସହିତ ସମସ୍ତ ସାମଗ୍ରୀ ନେଇ ପୋଲିଂ କର୍ମଚାରୀ ଆଜି ସମସ୍ତ ମୁନିସିପାଲିଟିରେ ପହଁଚି ଯାଇଛନ୍ତି । ଅନ୍ୟ ଦୂର ସ୍ଥାନ ଗୁଡିକରେ ଆସନ୍ତାକାଲି ସୁଦ୍ଧା ପୋଲିଂ କର୍ମଚାରୀ ପହଁଚିଯିବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe