କନକ ବ୍ୟୁରୋ : ରାଜ୍ୟରେ ୩୦୨ କେନ୍ଦ୍ରରେ ଚାଲିଛି ଟିକାକରଣ । ହେଲେ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ଅଛି । ଗତକାଲି ୯୦ ହଜାର କୋଭିସିଲ୍ଡ ମିଳିଛି । ଆଜି ସବୁ ଜିଲ୍ଲାରେ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଗତକାଲି ୪୬୯ କେନ୍ଦ୍ରରେ ୪୩ ହଜାର ୮୫୩ଜଣ ଟିକା ନେଇଛନ୍ତି ।
ଆଜି ଯାଏ ସମୁଦାୟ ୫୭ଲକ୍ଷ ୪୮ ହଜାର ୭୬୯ ଟିକାକରଣ ହୋଇଛି । ବର୍ତମାନ ରାଜ୍ୟରେ ୧ଲକ୍ଷ ୧୯ ହଜାର କୋଭିସିଲ୍ଡ ୩ଲକ୍ଷ ୪୬ ହଜାର କୋଭାକ୍ସିନ ଅଛି । ୧ କୋଟି ୨ଲକ୍ଷ ଜଣ ସର୍ବଭାରତୀୟ ସ୍ତରରେ ୧୮ରୁ ୪୪ ବର୍ଷ ପଞ୍ଜିକରଣ କରିଛନ୍ତି । ସ୍କଟ ପାଇଁ ଚିନ୍ତା କରନ୍ତୁ ନାହିଁ କମ୍ପାନୀମାନେ ଆମକୁ କିଛି ଉତର ଦେଇ ନାହାନ୍ତି । ଯଦି କାଲି ଟିକା ଆସିବ, ତେବେ ମେ ପହିଲାରୁ ଟିକାକରଣ ଆରମ୍ଭ ହେବ ନଚେତ ଡେରି ହେବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/thgbn.jpg)