ଦେଶରେ ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା : ୨ରୁ ୧୮ ବର୍ଷର ପିଲାଙ୍କୁ କୋଭାକ୍ସିନ ଟ୍ରାଏଲ ପାଇଁ ଡିଜିସିଆଇର ଅନୁମତି

68

କନକ ବ୍ୟୁରୋ : ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା । ୨ରୁ ୧୮ ବର୍ଷ ପିଲାଙ୍କୁ କୋଭାକ୍ସିନର ଟ୍ରାଏଲ ପାଇଁ ଅନୁମତି ଦେଇଛି ଡିସିିଜିିଆଇ । ପ୍ରଥମେ ୫୨୫ ଭଲ୍ୟୁଂଟରଙ୍କ ଶରୀରରେ ଭାରତ ବାୟୋଟେକ ଏହି ପରୀକ୍ଷା କରିବ ।

କାନାଡାରେ ୧୨ରୁ ୧୮ ବର୍ଷ ବୟସ୍କ ଏବଂ ଆମେରିକାରେ ୧୨ରୁ ୧୫ ବର୍ଷ ବୟସ୍କଙ୍କ ପାଇଁ କରୋନା ଟିକାକରଣକୁ ଅନୁମତି ପ୍ରଦାନ କରାଯାଇଛି । ଏପଟେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ପିଲାଙ୍କୁ ସଂକ୍ରମିତ କରୁଥିବା ଖବର ଆସୁଛି । ପୁଣି ତୃତୀୟ ଲହର ବେଳକୁ ଏହା ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେଣୁ ଦେଶରେ ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ଜରୁରୀ ହୋଇପଡିଛି ।