ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଇଭିଏମ୍ ଉପରେ ଉଠିଲା ପ୍ରଶ୍ନ ! ନିର୍ବାଚନ କମିଶନ୍ ଖାରଜ କଲେ ସବୁ ପ୍ରଶ୍ନ

209

ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ପୁଣିଥରେ ବିପକ୍ଷଙ୍କ ପକ୍ଷରୁ ଇଭିଏମ୍ ସୁରକ୍ଷା ଉପରେ ପ୍ରଶ୍ନ ଉଠାଯାଇଛି । ଏବେ ପର୍ଯ୍ୟନ୍ତ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି ଯାହାକୁ ଆଧାର କରି ବିପକ୍ଷ ପାର୍ଟି ନିର୍ବାଚନ କମିଶନ୍ ଙ୍କ ଉପରେ ଆକ୍ରମଣ କରୁଛନ୍ତି । ଉତ୍ତରପ୍ରଦେଶର ଗାଜିପୁର,ଚନ୍ଦୋଲିରେ ହୋଇଥିବା ଘଟଣାକ୍ରମ ଉପରେ ଏବେ ନିର୍ବାଚନ କମିଶନ୍ ସଫେଇ ଦେଇଛନ୍ତି । କମିଶନ୍ ଏହି ସବୁ ଅଭିଯୋଗକୁ ନିରାଧାର କହି ସବୁ ଇଭିଏମକୁ ସୁରକ୍ଷାରେ ଥିବା କଥା କହିଛନ୍ତି । ନିର୍ବାଚନ କମିଶନଙ୍କ ତରଫରୁ ପ୍ରତି ଘଟଣା ଉପରେ ଭିନ୍ନ ଜବାବ୍ ମିଳିଛି । ୟୁପି ଗାଜିପୁରରେ ଇଭିଏମ୍ ଗଡବଡ ଥିବା କଥାକୁ ନେଇ ନିର୍ବାଚନ କମିଶନ କହିଛନ୍ତି ସେଠାରେ ଷ୍ଟ୍ରଙ୍ଗ୍ ରୁମ୍ କୁ ନେଇ ପ୍ରାର୍ଥୀଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦିଆଯାଇଛି ।

ଆପଣଙ୍କୁ କହିରଖୁଛୁ ଗାଜିପୁର ମହାମେଣ୍ଟ ର ପ୍ରାର୍ଥୀ ଅଫଜଲ୍ ଅନ୍ସାରୀ ଇଭିଏମ୍ ପରିବର୍ତ୍ତନ କରାଇଥିବାର ଅଭିଯୋଗ ଲଗାଇଥିଲେ । କେବଳ ସେତିକି ନୁହଁ ଏହି କଥାକୁ ନେଇ ସେ ଧାରଣାରେ ମଧ୍ୟ ବସିଥିଲେ । ଗାଜିପୁର ମୋଦି ସରକାରରେ ମନ୍ତ୍ରୀ ମନୋଜ ସିହ୍ନା ବିଜେପି ତରଫରୁ ମଇଦାନକୁ ଓହ୍ଲାଇଛନ୍ତି । ଗାଜିପୁର ଛଡା ଚନ୍ଦେଲୀ,ଡୁମରିୟାଗଞ୍ଜ ଏବଂ ଝାନସୀ ଘଟଣାରେ ମଧ୍ୟ ସେ ବୟାନ୍ ଜାରୀ କରିଛନ୍ତି । ଡୁମରିୟାଗଞ୍ଜରେ ଯେଉଁ ଅଭିଯୋଗ ଲାଗିଥିଲା ସେହି ଘଟଣାକୁ ନେଇ ଜିଲ୍ଲାଧିକାରୀ ତଥା ପୋଲିସ୍ ଅଧିକ୍ଷକ ମିଶାଇ ରଫାଦଫା କରିଥିଲେ । ସବୁ ମାମଲାକୁ ଆଧାର କରି ନିର୍ବାଚନ ଆୟୋଗ କହିଥିଲେ ପ୍ରତି କାଉଣ୍ଟିଙ୍ଗ୍ ସେଣ୍ଟରରେ ଇଭିଏମ୍ ତଥା ଭିଭିପାଟ୍ କୁ ରାଜନୈତିକ ଦଳଙ୍କ ସାମ୍ନାକୁ ଭିଡିଓଗ୍ରାଫି କରି ସୁରକ୍ଷିତ କରାଯାଇଥିଲା । ଯେଉଁ ସ୍ଥାନରୁ ଅଭିଯୋଗ ଆସିଛି ସେଠାରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା ମଧ୍ୟ ଥିଲା । ସୁରକ୍ଷାରେ ଉଚଇୠ ମଧ୍ୟ ଥିଲା । ପ୍ରାର୍ଥୀଙ୍କୁ ମଧ୍ୟ ଷ୍ଟ୍ରଙ୍ଗ୍ ରୁମ୍ ରେ ଯିବାକୁ ଅନୁମତି ଦିଆଯାଇଥିଲା । ଏଭଳି ସ୍ଥିତିରେ କୌଣସି ଭୁଲ୍ ଅଭିଯୋଗ ଲଗାଇବା ନିରାଧାର ।