ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ ଡ୍ରାଏ ରନ୍ : ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ୫୦ ଜଣଙ୍କୁ ଦିଆଗଲା ଟିକା

ବିଏମସି କମିଶନରଙ୍କ ଉପସ୍ଥିତିରେ ହେଲା ଟିକାଦାନ

168

କନକ ବ୍ୟୁରୋ : ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣର ଡ୍ରାଏ ରନ୍ । ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଲା ଡ୍ରାଏ ରନ । ବିଏମସି କମିଶନରଙ୍କ ଉପସ୍ଥିତିରେ ହେଲା ଟିକାକରଣ ।୧୮ ବର୍ଷରୁ ଅଧିକ ୫୦ ଜଣଙ୍କୁ ଦିଆଗଲା ଟିକା । ମେ’ ୧ରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ନେଇ ସନ୍ଦେହ ପ୍ରକାଶ ପାଇଥିଲା । କାରଣ ରାଜ୍ୟରେ ଟିକାର ଅଭାବ ଦେଖାଦେଇଥିଲା । ଗତକାଲି ରାତିରେ ଦେଢ଼ ଲକ୍ଷ ଡୋଜ କୋଭାକ୍ସିନ ଟିକା ପହଂଚିବା ପରେ ସ୍ୱାସ୍ଥ୍ୟ ବିଭାଗ କହିଥିଲା ଆଜି ସପ୍ତାହାନ୍ତ ସଟ ଡାଉନ ଥିବାରୁ କେବଳ ସାକେଂତିକ ଭାବେ ଟିକାକରଣ ହେବ ।