ସରକାରୀ ଡାକ୍ତରଖାନାରେ ଫାର୍ମାସିଷ୍ଟଙ୍କ ଉନ୍ମତ କାଣ୍ଡ । ଲାଂଚ ଟଙ୍କା ଭାଗବଣ୍ଟା ନଛିଡିବାରୁ ମେଡିକାଲ କର୍ମଚାରୀଙ୍କ ଭିତରେ ଜୋରଦାର ଗଣ୍ଡଗୋଳ

33

କନକ ବ୍ୟୁରୋ: ସରକାରୀ ଡାକ୍ତରଖାନାରେ ଫାର୍ମାସିଷ୍ଟଙ୍କ ଉନ୍ମତ କାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ଆଠଗଡ ଗୁରୁଡିଝାଟିଆ ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ରରେ । ତେବେ ଲାଂଚ ଟଙ୍କା ଭାଗବଂଟା ନଛିଡିବାରୁ ହସ୍ପିଟାଲ କର୍ମଚାରୀଙ୍କ ଭିତରେ ଏଭଳି ଜୋରଦାର ଗଣ୍ଡଗୋଳ ହୋଇଛି ବୋଲି ଅଭିଯୋଗ ଆସିଛି । ଆଉ ଉତକ୍ଷିପ୍ତ ହୋଇ ଫାର୍ମାସିଷ୍ଟ ଜଣକ ଔଷଧ ଫିଙ୍ଗା ଫୋପଡା କରିବା ସହ କାଚ ସାମଗ୍ରୀ ପିଙ୍ଗା ଫୋପଡା କରିଛନ୍ତି ।

ରୋଗୀ ଓ ସଂପର୍କୀୟଙ୍କ ଅଭିଯୋଗ ରହିଛି କି, ସରକାରୀ ହସ୍ପିଟାଲରେ ମାଗଣା ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ କର୍ମଚାରୀ ମାନେ ଟଙ୍କା ଦାବି କରିଛନ୍ତି । ଆଉ ଶୁକ୍ରବାର ରୋଗୀଙ୍କଠାରୁ ମିଳିଥିବା ଲାଂଚ ଟଙ୍କା ଭାଗବଂଟାକୁ ନେଇ ଏଭଳି ତୁମୁଳ କାଣ୍ଡ ଘଟିଥିଲା ।

ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସାରେ ଅବହେଳାରୁ ଆକ୍ରମଣ ଓ ମାରପିଟ ଭଳି ଘଟଣା ଆପଣ ବାରମ୍ବାର ଦେଖିଥିବେ । ହେଲେ ରୋଗୀଙ୍କଠାରୁ ମିଳିଥିବା ଲାଂଚ ଟଙ୍କା ଭାଗବଂଟା ହଇନପାରିବାରୁ କର୍ମଚାରୀଙ୍କ ଭିତରେ ଗଣ୍ଡଗୋଳ ଘଟଣା ସାରା ଆଠଗଡ ଅଂଚଳରେ ଚର୍ଚ୍ଚାର ବିଶୟ ହୋଇଛି । ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେବା ନେଇ ଦାବି ହୋଇଛି ।