ଫାର୍ମାସିଷ୍ଟ ଦେଖିବେ ରୋଗୀ । ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ କରିବେ ଚିକିତ୍ସା ।

117

କନକ ବ୍ୟୁରୋ : ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ କରିବେ ଚିକିତ୍ସା । ସରକାର ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୧୩ ପ୍ରକାର ରୋଗର ଚିକିତ୍ସା ଫାର୍ମାସିଷ୍ଟ କରିପାରିବେ । ଏଥିପାଇଁ କି ପ୍ରକାର ଔଷଧ ଦିଆଯିବ, ତାର ମଧ୍ୟ ତାଲିକା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ । ଏହି ତାଲିକା ଅନୁସାରେ ଫାର୍ମାସିଷ୍ଟମାନେ ରୋଗୀଙ୍କୁ ଔଷଧ ଦେଇପାରିବେ । ହେଲେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଡାକ୍ତର ।

ଫାର୍ମାସିଷ୍ଟ ଦେଖିବେ ରୋଗୀ । ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ କରିବେ ଚିକିତ୍ସା । କୋରାପୁଟ ସେମିଳିଗୁଡ଼ା ସହରାଂଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର । ଏଠି ଡାକ୍ତର ନାହାନ୍ତି, ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ । ଗାଁ ହେଉ କି ସହର, ଏହି ଚିତ୍ର ଅନେକ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଦେଖିବାକୁ ମିଳେ । ଡାକ୍ତର ଯେଉଁଠି ନଥାନ୍ତି, ସେଠି ରୋଗୀଙ୍କୁ ଚିକିତ୍ସା କରିଥାନ୍ତି ଫାର୍ମାସିଷ୍ଟ । ଏବେ ସେହି ଧାରାକୁ ବିଧିବଦ୍ଧ ଭାବେ ଅନୁମତି ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏ ନେଇ ସରକାର ଜାରି କରିଛନ୍ତି ନିର୍ଦ୍ଦେଶନାମା । କେଉଁ ରୋଗର ଚିକିତ୍ସା କରିବେ, କେଉଁ ଔଷଧ ଦେବେ, ପୂରା ବିବରଣୀ ବି ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଏବେ ନଜର ପକାଇବା, କେଉଁ କେଉଁ ରୋଗ ଦେଖିପାରିବେ ଫାର୍ମାସିଷ୍ଟ ?

ମେଲେରିଆ, ଫାଇଲେରିଆ, ଟିବି, ଲେପ୍ରସୀ, ଥଣ୍ଡା ଜ୍ୱର, କାଶ, କାଛୁ, କୁଣ୍ଡିଆ, ଯାଦୁ, କୃର୍ମି, ଡାଇରିଆ, ଗ୍ୟାସ ଓ ବଦହଜମୀ, ଛୋଟ କ୍ଷତ ଓ ପୋଡ଼ାଜଳା, ବଥ ଭଳି ୧୩ ପ୍ରକାର ରୋଗର ଚିକିତ୍ସା କରିପାରିବେ ଫାର୍ମାସିଷ୍ଟ । ଏଥିପାଇଁ କି ପ୍ରକାର ଔଷଧ ଦିଆଯିବ, ତାର ମଧ୍ୟ ତାଲିକା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ । ଏହି ତାଲିକା ଅନୁସାରେ ଫାର୍ମାସିଷ୍ଟମାନେ ରୋଗୀଙ୍କୁ ଔଷଧ ଦେଇପାରିବେ ।

ଡାକ୍ତରୀ ପାଠ ଓ ଫାର୍ମାସିଷ୍ଟ ପାଠ ଅଲଗା । ପ୍ରଶ୍ନ ଉଠାଇଲେ ବରିଷ୍ଠ ଡାକ୍ତର । ଫାର୍ମାସିଷ୍ଟ ରୋଗୀ ଦେଖିବା ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଡାକ୍ତର । ଡାକ୍ତର ସିଦ୍ଧାର୍ଥ ଦାସ କହିଛନ୍ତି, ଡାକ୍ତରୀ ପାଠ ଓ ଫାର୍ମାସିଷ୍ଟ ପାଠ ଭିତରେ ଫରକ ରହିଛି । ତେବେ ରାଜ୍ୟର ସରକାରୀ ହସ୍ପିଟାଲରେ ମୋଟ ୮୭୨୯ ଜଣ ଡାକ୍ତର ପଦବୀ ରହିଛି । ତେବେ ଠିକା ଡାକ୍ତରଙ୍କୁ ମିଶାଇ ମୋଟ ୭୭୪୩ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି । ପାଖାପାଖି ୧ ହଜାର ପଦବୀ ଖାଲି ପଡିଛି । ଏଭଳି ସ୍ଥିତିରେ ଫାର୍ମାସିଷ୍ଟଙ୍କୁ ରୋଗୀ ଦେଖିବାକୁ ଅନୁମତି ଦେଇଛନ୍ତି ସରକାର ।