ବଦଳୁଛି ଓଡିଆ ଫିଲ୍ମର ଢାଞ୍ଚା : ଅଷ୍ଟ୍ରେଲିଆ ସହିତ ୮ଟି ଦେଶରେ ରିଲିଜ ହେଲା ଫିଲ୍ମ ‘ଫାଲଗୁନ ଚୈତ୍ର’

ବଦଳୁଛି ଓଡିଆ ଫିଲ୍ମର ଢାଞ୍ଚା : ଅଷ୍ଟ୍ରେଲିଆ ସହିତ ୮ଟି ଦେଶରେ ରିଲିଜ ହେଲା ଫିଲ୍ମ ‘ଫାଲଗୁନ ଚୈତ୍ର’

କନକ ବ୍ୟୁରୋ : ବଦଳୁଛି ଓଡ଼ିଆ ଫିଲ୍ମର ଢ଼ାଞ୍ଚା । ଚିରାଚରିତ ଧାରାରୁ ବାହାରକୁ ଆସି ରିଲିଜ ହୋଇଛି ଫିଲ୍ମ ଫାଲଗୁନ ଚୈତ୍ର । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ରିଲିଜ ହୋଇଛି ଏହି ଫିଲ୍ମ । ସମ୍ପୂର୍ଣ୍ଣ ଓଡ଼ିଆ ପରିବାରର କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଛି । ସୁଲେଖିକା ସୁଲଗ୍ନା ମହାନ୍ତି ଏହି ରଚନା କରିଥିବା ବେଳେ ଶକ୍ତି ଜଗଦେବ ଏହାର ପ୍ରଯୋଜନା ଭାର ତୁଲାଇଛନ୍ତି ।

ଅନ୍ୟପଟେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶିଶିର କୁମାର ସାହୁ ଏବଂ ପିନାକୀ ସିଂ । ତେବେ ଏହି ଫିଲ୍ମଟି କେବଳ ଓଡ଼ିଆ ଭାଷାରେ ଓଡ଼ିଶାରେ ନୁହେଁ ଓଡ଼ିଆ ଭାଷରେ ଅଷ୍ଟ୍ରେଲିଆ ସମେତ ଅନ୍ୟ ୮ଟ ଦେଶରେ ରିଲିଜି ହେଉଛି । ଚଳଚିତ୍ରରେ ଓଡ଼ିଆ ପରମ୍ପରା ଏବଂ ଓଡ଼ିଆ ଭାଷାର ମହକ ଦେଖିବାକୁ ମିଳିଛି । ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଭାସ୍ୱତୀ ବସୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe