କନକ ବ୍ୟୁରୋ : ତଳ ମୁହାଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା । ୧୦ରୁ ୨୬କୁ ଖସିଲା ଓଡିଶା । ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ରହିଥିବା ବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା ପିଜିଆଇ ୨.୦ରେ ଏହା ପ୍ରକାଶ ପାଇଛି । ଯେଉଁଥିରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।

Advertisment

ଏହି ପର୍ଫମାନ୍ସ ସର୍ଭେ ବେଳେ ଶିକ୍ଷଣ ଫଳାଫଳ ଓ ଗୁଣବତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା, ସମାନତା, ଶାସନ ପ୍ରକ୍ରିୟା ଓ ଶିକ୍ଷକ ଶିକ୍ଷା ଓ ତାଲିମ ବିଷୟକୁ ସାମିଲ କରାଯାଇଛି । ଯେଉଁଥିରେ ସର୍ଭେରେ ଓଡ଼ିଶା ବହୁ ପଛରେ ପଡ଼ିଛି । ୭୩ଟି ସୂଚକାଙ୍କ ଆଧାରରେ ୧୦୦୦ ପଏଂଟକୁ ନେଇ ୬ଟି ବର୍ଗରେ ମୂଲ୍ୟାୟନ ହୋଇଥିଲା ।

ସେଥିରୁ ଓଡ଼ିଶା ମାତ୍ର ୫୧୭.୧ ସ୍କୋର ହାସଲ କରି ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୨୪ତମ ସ୍ଥାନରେ ରହିଛି । ତେବେ ଗୋଟିଏ ବର୍ଷ ମଧ୍ୟରେ କ’ଣ ଏମିତି ହେଲା ଯେ ଓଡ଼ିଶା ତଳକୁ ଖସିଗଲା ତାହା ଚିନ୍ତାଜନକ ।