କନକ ବ୍ୟୁରୋ : ପ୍ରକାଶ ପାଇଲା ରମାଦେବୀ ମହିଳା ବିଶ୍ୱବ୍ୟିାଳୟର ପିିଜି ଟପର ତାଲିକା । ଚଳିତ ବର୍ଷ ଏହି ତାଲିକାରେ ଆଗରେ ରହିଛନ୍ତି ହୋମ ସାଇନ୍ସର ଛାତ୍ରୀ ରୋଜା ଘୋଷ । ସେ ହୋମ ସାଇନ୍ସ ପିଜି ପରୀକ୍ଷାରେ ୮.୭୫ ଏସ୍ ଜି.ପି ଏ ବା ୮୧.୩୬ ପ୍ରତିଶତ ନମ୍ବର ରଖିଛନ୍ତି। ଏନେଇ ସେ କହିଛନ୍ତି କି ସେ ଦୈନିକ ୧୦ ରୁ ୧୨ ଘଂଟା ପରିଶ୍ରମ କରୁଥିଲେ । ସେ ଗବେଷଣା କ୍ଷେତ୍ରରେ କ୍ୟାରିଅର କରିବେ ବୋଲି ପ୍ରକାଶ କରିଛନ୍ତି ।
ସେ ଏହାପୂର୍ବରୁ ଏହି ବିଶ୍ୱ ବିଦ୍ୟାଳୟରେ ୨୦୧୮ ମସିହାରେ ୧୧୫୭ ନମ୍ବର ରଖି ୟୁଜି ଟପ୍ପର ହୋଇଥିଲେ । ରୋଜାଙ୍କ ଘର ଗଂଜାମ ଜିଲ୍ଲା ମର୍ଦକୋଟ୍ ଗ୍ରାମର । ତାଙ୍କ ବାପାଙ୍କ ସୁକୁରିଆ ଘୋଷ ଓ ମା ଶାନ୍ତିଲତା ଘୋଷ ଝିଅ ଏଭଳି ସଫଳତାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି । ହୋମ ସାଇନ୍ସ ପିଜି ପରୀକ୍ଷାରେ ଟପ୍ପର ହୋଇଥିବା ରୋଜା ଘୋଷଙ୍କୁ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଶୁଭେଚ୍ଛା ଜଣାଇଛନ୍ତି ।