କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୟୁଜିସି କରିବାକୁ ଯାଉଛି ବଡ ପରିବର୍ତ୍ତନ । ପିଜି କୋର୍ସ ପାଇଁ ଏକ ପାଠ୍ୟକ୍ରମ ଓ କ୍ରେଡିଟ୍ ଫ୍ରେମୱାର୍କର ଡ୍ରାଫ୍ଟ ପ୍ରସ୍ତୁତି କରିଛନ୍ତି । ପିଜି ବିଷୟରେ ପରିବର୍ତ୍ତନ, ଅଫଲାଇନ୍, ଡିଷ୍ଟାନ୍ସ, ଅନଲାଇନ୍ ଓ ହାଇବ୍ରିଡ୍ ମଡେଲ ସମେତ ଶିକ୍ଷାଦାନର ବୈକଳ୍ପିକ ପଦ୍ଧତିକୁ ବାଛିବାର ସୁବିଧା ମିଳିବ ।

Kanak News is now on WhatsApp
Join and get latest news updates delivered to you via WhatsApp
ୟୁଜିସି ଡ୍ରାଫ୍ଟ ଅନୁସାରେ, ଛାତ୍ରଛାତ୍ରୀ ନୂଆ ପୋଷ୍ଟଗ୍ରାଜୁଏଟ୍ ପ୍ରୋଗ୍ରାମ୍ ୩ଟି ଫର୍ମାଟରେ –ଏକ ବର୍ଷ, ଦୁଇ ବର୍ଷ କିମ୍ବା ୫ ବର୍ଷର ଇଣ୍ଟିଗ୍ରେଟେଡ୍ ପ୍ରୋଗ୍ରାମ୍ କୌଣସି ଗୋଟିଏକୁ ବାଛିପାରିବେ । ୟୁଜିସି ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଏଣିକି ଛାତ୍ରଛାତ୍ରୀ ବର୍ଷକରେ ପିଜି କରିପାରିବେ । ଏଥିପାଇଁ ତାଙ୍କୁ ପିଜି ଡିପ୍ଲୋମା ମିଳିବ । ରିସର୍ଚ୍ଚ ସହ ଅନର୍ସ ଏବଂ ଅନର୍ସ ସହ ୪ ବର୍ଷର ବ୍ୟାଚେଲର ଡିଗ୍ରୀ ପ୍ରୋଗ୍ରାମ୍ ଶେଷ କରୁଥିବା ଛାତ୍ରଙ୍କ ପାଇଁ ବର୍ଷିକିଆ ମାଷ୍ଟର ପ୍ରୋଗ୍ରାମର ବିକଳ୍ପ ରହିବ ।