ଆସିଲା ପିଜି ପ୍ରବେଶିକା ପରୀକ୍ଷା ତାରିଖ । ଜାଣନ୍ତୁ, କେଉଁ ତାରିଖରେ ହେବ ପିଜି ପ୍ରବେଶିକା ପରୀକ୍ଷା?

ଆସିଲା ପିଜି ପ୍ରବେଶିକା ପରୀକ୍ଷା ତାରିଖ । ଜାଣନ୍ତୁ, କେଉଁ ତାରିଖରେ ହେବ ପିଜି ପ୍ରବେଶିକା ପରୀକ୍ଷା?

କନକ ବ୍ୟୁରୋ: ରାଜ୍ୟରେ ପୋଷ୍ଟ ଗ୍ରାଜୁଏଟ୍ ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ ଖବର । ଆସିଲା ପିିଜି ପ୍ରବେଶିକା ପରୀକ୍ଷାର ତାରିଖ । ଉଚ୍ଚଶିକ୍ଷା ବିଭାଗ ତରଫରୁ ପିଜି ଆଡମିଶନ କରିବା ପାଇଁ ପ୍ରବେଶିକା ପରୀକ୍ଷାର ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ୧୮ ତାରିଖରୁ ପିଜି ଆଡମିଶନ ପାଇଁ ଅନଲାଇନରେ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ମେ ୨୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଫର୍ମ ପୂରଣର ଶେଷ ତାରିଖ ରଖାଯାଇଛି । ଏହାପରେ ଜୁନ୍ ୨୨ ତାରିଖ ଦିନ ୧୧ଟା ପରଠାରୁ ୱେବସାଇଟରେ ହଲ୍ ଟିକେଟ୍ ଉପଲବ୍ଧ ହେବ । ଜୁଲାଇ ୩ ତାରିଖରୁ ଜୁଲାଇ ୧୪ ତାରିଖ ଭିତରେ ବିଭିନ୍ନ ବିଷୟର ପିଜି ପ୍ରବେଶିକା ପରୀକ୍ଷା ହେବ । ଏହାପରେ ବିଭିନ୍ନ ବିଷୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି ।publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe