ମଧ୍ୟପ୍ରଦେଶର ମନ୍ଦସୌରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଯେତେବେଳେ ଜଣେ ପ୍ରଫେସର ଏବିଭିପି କାର୍ଯ୍ୟକର୍ତ୍ତାଙ୍କୁ ଗାନ୍ଧୀଗିରି ଦେଖାଇଛନ୍ତି ଓ ଛାତ୍ରଙ୍କ ପାଦ ଛୁଇଁଛନ୍ତି । ଏବିଭିପି କାର୍ଯ୍ୟକର୍ତ୍ତା ମନ୍ଦସୌରର ପିଜି କଲେଜରେ ସ୍ମାରକ ପତ୍ର ଦେବାକୁ ପହଂଚିଥିଲେ । ସେହି ସମୟରେ ସେମାନେ ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଦେଲେ ଓ କ୍ଲାସ ସାମନାରେ ନାରା ଲଗାଇବା ଆରମ୍ଭ କରିଦେଲେ ।
@ABVPVoice अब आप यूं कहेंगे भारत माता की जय @RSSorg ये है युवा शक्ति? शर्मनाक! @BJP4India@BJP4India@INCMP@INCIndia@ndtvindia@shailendranrb@ajaiksaran@avinashonly@nsui@kidliberty@VTankha@VIVEKnsuibplmp@delayedjab@DeepakScribe@ManojSharmaBpl@brajeshabpnewspic.twitter.com/IaxnSLBdjC
— Anurag Dwary (@Anurag_Dwary) September 27, 2018
ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ ଏବିଭିପିର କାର୍ଯ୍ୟକର୍ତ୍ତା ବୁଧବାର ମନ୍ଦସୌରର ପିଜି କଲେଜର କ୍ଲାସରୁମ୍ ସାମନାରେ ନାରା ଲଗାଇବାକୁ ଲାଗିଲେ, ସେତେବେଳେ ପ୍ରଫେସର ଦିନେଶ ଗୁପ୍ତା ନିଜ କ୍ଲାସରୁମରୁ ବାହାରିଲେ ଓ ଏବିଭିପି କାର୍ଯ୍ୟକର୍ତ୍ତାଙ୍କୁ ଏମିତି କରିବାକୁ ରୋକିଲେ । କିନ୍ତୁ ସେମାନେ ମାନିଲେନି । କେବଳ ସେତିକି ହିଁ ନୁହେଁ ତାଙ୍କୁ ଦେଶଦ୍ରୋହୀ କହି ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଧମକ ଦେଲେ ।
ଏହାପରେ ପ୍ରଫେସର ଗାନ୍ଧୀଗିରି ରାସ୍ତା ବାଛିଲେ ଓ ସେଠି ଉପସ୍ଥିତ ଏବିଭିପି କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁ କ୍ଷମା ମାଗିବାକୁ ଲାଗିଲେ । ଏମିତି ହେଉଥିବା ଦେଖି ସେଠାରେ ଉପସ୍ଥିତ ଛାତ୍ର ସେଠାରୁ ପଳାଇବାକୁ ଲାଗିଲେ । ତଥାପି ବି ପ୍ରଫେସର ତାଙ୍କୁ ଗୋଡେଇ ଗୋଡେଇ କଲେଜ୍ ଗେଟ୍ ପର୍ଯ୍ୟନ୍ତ ଯାଇ ତାଙ୍କ ପାଦ ଧରି କ୍ଷମା ମାଗିଲେ ।