ଫାଇଜର କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ପ୍ରସଙ୍ଗ : ଟୀକା ବ୍ୟବହାର ଆବେଦନ ପ୍ରତ୍ୟାହାର କଲା ଫାଇଜର

ଆବେଦନ ପ୍ରତ୍ୟାହର ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

142

କନକ ବ୍ୟୁରୋ : କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ଫାଇଜର ଆଣ୍ଡ ବାୟୋଟେକ୍ ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ନେଇ ଆବେଦନକୁ ପ୍ରତ୍ୟାହାର କରିନେଇଛି । ଜାତୀୟ ସଂବାଦ ସରବରାହ ସଂସ୍ଥା ରଏଟର ପକ୍ଷରୁ ଏହାର ସୂଚନା ଦିଆଯାଇଛି । ଭାରତରେ ଫାଇଜର ଟିକାର ବ୍ୟବହାର ନେଇ ପରିବେଶ ଅନୁକୂଳ ନୁହଁ । ଏହି ଟିକାକୁ ମାଇନସ୍ ୭୦ ଡିଗ୍ରୀ ତାପମାତ୍ରାରେ ରଖିବାକୁ ପଡିଥାଏ । ଏପରି ଥଣ୍ଡା ପରିବେଶ ଭାରତରେ ପାଇବା କଷ୍ଟକର ।

ଭାରତ ପରି ଗ୍ରୀଷ୍ମ ପ୍ରଧାନ ଦେଶରେ ଫାଇଜର ଟିକା ବ୍ୟବହାର ଏହି କାରଣରୁ କଷ୍ଟକର ରହିବ । ଏସବୁକୁ ଅନୁଧ୍ୟାନ କରିବା ପରେ ଫାଇଜର ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ଆବେଦନକୁ ପ୍ରତ୍ୟାହାର କରିନେଇଛି । ଦେଶରେ ଏବେ ଦୁଇଟି କରୋନା ଟିକା ବ୍ୟବହାର ହେଉଛି । ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ ନିର୍ମାଣ କରିଥିବା କୋଭିସିଲଡ ଟିକାକୁ କରୋନା ମୁକାବିଲାରେ ବ୍ୟବହାର କରାଯାଉଛି ।