କନକ ବ୍ୟୁରୋ : ଫାଇଜର ଟିକାକୁ ଜରୁରୀକାଳୀନ ଅନୁମତି ମିଳିବା ପରେ ଏବେ ୟୁନାଇଟେଡ କିଙ୍ଗଡମରେ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଏହି ଟିକା ପାଇବାକୁ ଅପେକ୍ଷା କରିଛନ୍ତି ବିଶ୍ୱର ବଡ ବଡ ଦେଶ । କିନ୍ତୁ ବଡ ପ୍ରଶ୍ନଟି ହେଲା ଏହି ଟିକାର ପରିବହନ । ଅନୁମାନ କରାଯାଉଛି, ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଫାଇଜର ଟିକାର ପରିବହନ ସବୁଠାରୁ ବଡ ପରିବହନ ପ୍ରକ୍ରିୟା ହେବାକୁ ଯାଉଥିବା ନେଇ ଅନୁମାନ କରାଯାଉଛି ।

Advertisment

କାରଣ ଏବେ ସବୁଠୁ ବଡ ଦାୟିତ୍ୱ ହେଉଛି, କିପରି ହଜାର ହଜାର ଲକ୍ଷ ଲକ୍ଷ ସଂଖ୍ୟାରେ କୋଭିଡ ଟିକା ସମଗ୍ର ବିଶ୍ୱର କୋଣଅନୁକୋଣରେ ପହଂଚିବ । ୟୁରୋପ ଏବଂ ଆମେରିକାରେ ଉତ୍ପାଦନ ହେଉଥିବା ସ୍ଥାନରୁ ଏହି ଟିକାକୁ ସୁରକ୍ଷିତ ଭାବେ ପହଂଚାଇବା ସବୁଠୁ ବଡ ଚ୍ୟାଲେଂଜ ହୋଇଛି । ଆଉ ଏସବୁ କରାଯିବ ମାଇନସ-୭୦ ଡିଗ୍ରୀ ତାପମାତ୍ରାରେ । ଏଥିପାଇଁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

-ହଜାର ହଜାର ସଂଖ୍ୟାରେ ସ୍ୱତନ୍ତ୍ର ବାକ୍ସ ନିର୍ମାଣ କରାଯାଇଛି
-ଏହି ବାକ୍ସ ଭିତରର ତାପମାତ୍ରା ଶୀତଦିନରେ ଆଂଟାରଟିକାର ତାପମାତ୍ରା ସହିତ ସମାନ ରହିବ
-ଏହି ବାକ୍ସ ଗୁଡିକ ସେହିସ୍ଥାନକୁ ପଠାଯିବ ଯେଉଁଠାରେ ଆଇସକ୍ରିମ ଛାଇରେ ତରଳି ଯାଏ ଏବଂ ଫଳ ଓ ପନିପରିବା ନିୟମିତ ଭାବେ ଉତାପରେ ନଷ୍ଟ ହେଉଥାଏ ।

ଲଜିଷ୍ଟିକ ଏକ୍ସପର୍ଟଙ୍କ କହିବାନୁସାରେ, ଏହି ଆହ୍ୱାନ ଗୁଡିକ ବୃହତ ଏବଂ ଅଦୃଶ୍ୟ । ଡକ୍ଟର ହରମିୟନ ପାର୍ସନସ, ପ୍ରତିଷ୍ଠାତା ନିର୍ଦ୍ଦେଶକ, ଡିକିନ ୟୁନିଭର୍ସିିଟି, ସେଂଟର ଫର ସପ୍ଲାଇ ଚେନ ଆଣ୍ଡ ଲଜିଷ୍ଟିକସ ଏବଂ ତାଙ୍କ ସହପାଠୀଙ୍କ ସୂଚନା ଅନୁସାରେ
-ନିିକଟ ଅତିତରେ ଅଷ୍ଟ୍ରେଲିଆ ଏଭଳି ପରିବହନ ଚ୍ୟାଲେଂଜର ସମ୍ମୁଖୀନ ହୋଇନାହିଁ ।
-ଏତେ ପରିମାଣର ଟିକା କେବେ ପୂର୍ବରୁ ପରିବହନ ହେବା ଭଳି ଘଟଣା ଘଟିନାହିଁ
-ପୂର୍ବରୁ ପରିବହନକୁ ନେଇ ଏତେ ବଡ ପ୍ରଶ୍ନ ଉଠିନାହିଁ
-୭୦ବର୍ଷ ତଳର ଏକ ଟିକାକରଣ ପ୍ରକ୍ରିୟାକୁ ତୁଳନା କଲେ ଏହା ଜଣାପଡୁଛି, ଯେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଏହା ହେଉଛି ସବୁଠାରୁ ବଡ ପରବହନ ବ୍ୟବସ୍ଥା
-୨୦୨୧ରେ ଦିଆଯିବାକୁ ଥିବା ସମସ୍ତ ଟିକା ମଧ୍ୟରେ ଫାଇଜର ହେଉଛି ଏମିତି ଏକ ଟିକା ଯାହାର ପରିବହନକୁ ନେଇ ଏତେ ବଡ ଚ୍ୟାଲେଂଜ ସୃଷ୍ଟି ହୋଇଛି ।

ଏହି ପରିବହନ ପ୍ରକ୍ରିୟାରେ ସବୁଠୁ ବଡ ଦିଗଟି ହେଉଛି କୋଲଡ ଚେନ
-କୋଲଡ ଚେନ କହିଲେ ବୁଝାଏ ନିମ୍ନ ତାପମାତ୍ରାରେ ଗୋଟିଏ ସାମଗ୍ରୀର ବଂଟନ ।
-ଫାଇଜର ବଂଟନ ପ୍ରକ୍ରିୟାରେ କ୍ରମାଗତ ଭାବେ କୋଲଡଚେନ ବରାବର କାମ କରିବା ଦରକାର
-ଆମେରିକାର କାଲମାଜୋ, ମିଚିଗାନ, ପର୍ସ, ବେଲଜିୟମରେ ଏହି ଟିକାର ଉତ୍ପାଦନ ଜାରି ରହିଛି
-ତେଣୁ ଯଦି କୋଲଡ ଚେନରେ ସମସ୍ୟା ଦେଖାଯାଏ ତେବେ ଟିକାର ପ୍ରଭାବ କମିବାକୁ ଲାଗିବ ଏବଂ ଏହା ଜୀବାଣୁ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ରହିଛି