କନକ ବ୍ୟୁରୋ : ଶିଶୁମାନଙ୍କ ପାଇଁ ଫାଇଜର ଆଣିବ ଟିକା । କୌଣସି ଟିକାର ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ପାଇଁ ସଂପୃକ୍ତ କମ୍ପାନି ଆଇନଗତ ଲଢ଼େଇର ସମ୍ମୁଖୀନ ନହେବା ଲାଗି ସରକାର ଫାଇଜର ଓ ମଡର୍ଣ୍ଣା କମ୍ପାନିକୁ ଆବଶ୍ୟକ ଜୀବନହାନି ସୁରକ୍ଷା(ଇଣ୍ଡେମ୍ନିଟି) ଯୋଗାଇଦେବା ଦ୍ବାରା କେବଳ ବୟସ୍କ କାହିଁକି, ଉକ୍ତ କମ୍ପାନି ଦ୍ବୟ ଦେଶର ଶିଶୁମାନଙ୍କ ପାଇଁ ମଧ୍ୟ କୋଭିଡ୍-୧୯ ଟିକା ଆଣିବେ ବୋଲି ଭାରତ କୋଭିଡ୍ ଟାସ୍କଫୋର୍ସ ସଦସ୍ୟ ତଥା ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ଆଶା ପ୍ରକଟ କରିଛନ୍ତି ।
ସାମ୍ପ୍ରତିକ ସ୍ଥିତିରେ ମଡର୍ଣ୍ଣା ଓ ଫାଇଜର କମ୍ପାନିଙ୍କ ପାଇଁ ସରକାର ଏଭଳି କୋହଳ ମନୋଭାବ ପୋଷଣକୁ ଡା. ଗୁଲେରିଆ ପରୋକ୍ଷରେ ଯଥାର୍ଥ ବୋଲି କହିବା ସହ ଅତୀତରେ ମଧ୍ୟ ଆମେରିକା, ୟୁକେ, ସଂଯୁକ୍ତ ଆରବ ଓ ହୁ’ ଦ୍ବାରା ଅନୁମୋଦିତ ଟିକା ପାଇଁ ସରକାର ଏପରି ଜରୁରୀକାଳୀନ ଅନୁମତି ପ୍ରଦାନ କରିଥିବା ସେ କହିଛନ୍ତି । ତେଣୁ କମ୍ପାନି ଦ୍ବୟ ସହ ଜାରି ରହିଥିବା ଇଣ୍ଡେମ୍ନିଟି ପ୍ରସଙ୍ଗ ଶ୍ରୀଘ୍ର ସମାଧାନ ହୋଇଯିବ ଏବଂ ଦେଶବାସୀଙ୍କ ପାଇଁ ସେମାନେ ଉଭୟ ବୟସ୍କ ଓ ଶିଶୁ ଉପଯୋଗୀ ଟିକା ଉପଲବ୍ଧ କରାଇବେ ବୋଲି ସେ କହିଛନ୍ତି । ତେବେ ପୂର୍ବରୁ କାହିଁକି ଏହି ଟିକାଦ୍ବୟକୁ ଅନୁମତି ମିଳିନଥିଲା ବୋଲି ପ୍ରଶ୍ନରେ ସେ କହିଛନ୍ତି ଯେ ସେତେବେଳେ ଟିକାର ଫଳପ୍ରଦତା ସଂକ୍ରାନ୍ତ ଯଥେଷ୍ଟ ତଥ୍ୟ ଆମ ପାଖରେ ନଥିଲା। ଏବେ ଫଳାଫଳ ଆକଳନ କରି ଟିକାକୁ ଆମ ଦେଶରେ ଅନୁମୋଦିତ କରିବା ପାଇଁ ଆମ ପାଖରେ ଯଥେଷ୍ଟ ତଥ୍ୟ ମିଳିଯାଇଛି ବୋଲି ଡା. ଗୁଲେରିଆ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/4-6.jpg)