ଭାରତରେ ଚିହ୍ନଟ କରୋନାର ଡେଲଟା ଭୂତାଣୁ ବିରୋଧରେ ପ୍ରଭାବୀ ହେଉନି ଫାଇଜର ଟିକା : ଲାନସେଟ୍ ମେଡିକାଲ ପତ୍ରିକା ଗବେଷଣାରୁ ମିଳିଲା ତଥ୍ୟ

134

କନକ ବ୍ୟୁରୋ : ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ଡେଲଟା ଭ୍ୟାରିଆଂଟ ବିରୋଧରେ ଭଲ କାମ କରୁନାହିଁ ଫାଇଜର ଟିକା । ଲାନସେଟ୍ ମେଡିକାଲ ପତ୍ରିକା କହିଛି, ପୂର୍ବ ଷ୍ଟ୍ରେନ୍ ବିରୋଧରେ ଫାଇଜର ଟିକା ଭଲ କାମ କରୁଛି । ହେଲେ କରୋନା ଡେଲଟା ଭୂତାଣୁ ବିରୋଧରେ ୨୦ ପ୍ରତିଶତରୁ କମ୍ ପ୍ରଭାବୀ ରହୁଛି । ଅର୍ଥାତ୍ ଫାଇଜର-ବାୟୋଟେକ୍ ପ୍ରସ୍ତୁତ କରିଥିବା ଟିକା, ଶରୀରରେ ଯେଉଁ ଆଂଟିବଡି ତିଆରି କରୁଛି, ତାହା କରୋନାର ଡେଲଟା ଭ୍ୟାରିଆଂଟ ବିରୋଧରେ ଲଢ଼ିବାକୁ ଭଲ ଭାବେ ସମର୍ଥ ହେଉନାହିଁ ।

ଲାନସେଟ୍ ପତ୍ରିକାର ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ, ଫାଇଜର ଯେଉଁ ଆଂଟିବଡି ତିଆରି କରୁଛି, ତାହା ଡେଲଟା ପ୍ରଜାତି ଭୂତାଣୁକୁ ଚିହ୍ନଟ କରିବା ଏବଂ ଏହା ବିରୋଧରେ ଲଢ଼ିବା, ସମୟ ଅନୁସାରେ ହ୍ରାସ ପାଉଛି । ତେଣୁ ଇଂଲଣ୍ଡରେ ବୁଷ୍ଟର ଡୋଜ୍ ଦେବା ପାଇଁ ଯେଉଁ ଯୋଜନା ହେଉଛି, ତାକୁ ସମର୍ଥନ କରିଛି ଲାନସେଟ୍ ପତ୍ରିକା । ଦୁଇଟି ଡୋଜ୍ ମଧ୍ୟରେ ସମୟ ବ୍ୟବଧାନକୁ ହ୍ରାସ କରିବା ପାଇଁ ବ୍ରିଟେନରେ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ଲାନସେଟ୍ ପତ୍ରିକାର ଗବେଷଣା ସମର୍ଥନ କରୁଛି । କାରଣ ଏହା ଶରୀରରେ ଅଧିକ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଥିବା ଗବେଷଣାକୁ ଜଣାପଡିଛି ।