କିଶୋରଙ୍କ ପାଇଁ ଭ୍ୟାକ୍ସିନ୍ ନିରାପଦ କହିଲା ଫାଇଜର୍ : ଆମେରିକା କମ୍ପାନି ଫାଇଜର୍ ଓ ଜର୍ମାନର ବାୟୋନଟେକ୍ ପକ୍ଷରୁ ପ୍ରସ୍ତୁତ ଟିକା

93

କନକ ବ୍ୟୁରୋ : ବିଶ୍ୱବ୍ୟାପୀ ବୟସ୍କଙ୍କ କରୋନା ଟିକାକରଣ ଚାଲିଥିବାବେଳେ ଶିଶୁଙ୍କୁ କେବେ ମିଳିବ ଟିକା, ତାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା । ଏହାରି ଭିତରେ ବୁଧବାର କରୋନା ବିରୋଧୀ ଲଢେଇକୁ ଆଉଏକ ପ୍ରୋତ୍ସାହନ ମିଳିଛି । ଆମେରିକା କମ୍ପାନି ଫାଇଜର ଓ ଜାର୍ମାନର ବାୟୋନଟେକ୍ ପକ୍ଷରୁ ପ୍ରସ୍ତୁତ ଟିକା ୧୨ରୁ ୧୫ ବର୍ଷର ପିଲାଙ୍କ ପାଇଁ ଶତ ପ୍ରତିଶତ ଫଳପ୍ରଦ ବୋଲି ଦାବି କରାଯାଇଛି ।

ବିଶ୍ୱର ପ୍ରଥମ ଟିକା ଭାବେ ଏହି ବୟସ ବର୍ଗ ପାଇଁ ଟିକା ନିରାପଦ ଓ ଫଳପ୍ରଦ ବୋଲି ଫାଇଜର କମ୍ପାନି ଦାବି କରିଛି । ନୈଦାନିକ ପରୀକ୍ଷଣରୁ ଏହା ସ୍ପଷ୍ଟ ହୋଇଥିବା କମ୍ପାନି କହିଛି । ବର୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ଉପଲବ୍ଧ କରୋନା ଟିକାଗୁଡିକ କେବଳ ପ୍ରାପ୍ତ ବୟସ୍କଙ୍କ ଉପରେ ପ୍ରୟୋଗ କରାଯାଉଛି । ତେଣୁ ଟିକାକରଣରୁ ବଂଚିତ କିଶୋରଙ୍କୁ ଏଥିରେ ସାମିଲ କରିବା ପାଇଁ ଫାଇଜର ପକ୍ଷରୁ ୨ ହଜାର ୨୬୦ ଜଣ ସ୍ୱେଚ୍ଛାସେବୀଙ୍କଠାରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା । ଚୂଡାନ୍ତ ଫଳାଫଳରୁ ଏହା ୧୦୦ ପ୍ରତିଶତ ସଫଳ ହୋଇଥିବା ଦାବି କରାଯାଇଛି ।