କରୋନା ଟିକା : ଫାଇଜର-ବାୟୋନଟେକ ଟିକା ନେଇଥିବା ଲୋକଙ୍କୁ ଆବଶ୍ୟକ ପଡିପାରେ ତୃତୀୟ ଖୋରାକ । କମ୍ପାନୀ ମାଗିଲା ଅନୁମତି

845

କନକ ବ୍ୟୁରୋ : ବିଶ୍ୱକୁ ପୁଣି ଆସିପାରେ କରୋନାର ତୃତୀୟ ସଂକ୍ରମଣ । ଏହାସହ କରୋନାର ବଦଳୁ୍ଥିବା ସ୍ୱରୂପକୁ ନଜରରେ ରଖି ଆମରିକୀୟ ଟିକା ନିର୍ମାତା ଲୋକମାନଙ୍କୁ ତୃତୀୟ ଡୋଜ ଦେବାକୁ ଯୋଜନା କରୁଛି । ଆମେରିକୀୟ ଟିକା ନିର୍ମାତା କମ୍ପାନୀ ଫାଇଜର- ବାୟୋନଟେକ ଏନେଇ ଅନୁମତି ମାଗିଛି । କମ୍ପାନୀ ତରଫରୁ କୁହାଯାଇଛି କି,କରୋନାର ଆସୁଥିବା ନୂଆ ସ୍ୱରୂପକୁ ରୋକିବାକୁ ଟିକାର ତୃତୀୟ ଖୋରାକର ଆବଶ୍ୟକତା ରହିଛି । କମ୍ପାନୀ ଗୁରୁବାର ଦିନ ଘୋଷଣା କରିଛନ୍ତି କି କୋଭିଡ-୧୯ ଭ୍ୟାକ୍ସିନ ପାଇଁ ରେଗୁଲେଟରୀ ଆପ୍ରୁଭାଲ ପାଇଁ ଅନୁମତି ମାଗିବ । କମ୍ପାନୀ ତରଫରୁ ଟିକାକୁ ନେଇ କରାଯାଇଥିବା ପରୀକ୍ଷଣ ଆଧାରରେ ମଞ୍ଜୁରୀ ପାଇବ ବୋଲି ଆଶା କରିଛି କମ୍ପାନୀ । ଏହି ପରୀକ୍ଷଣରୁ ଜଣାପଡିଛି କି ପ୍ରଥମ ଦୁଇଟି ଖୋରାକ ତୁଳାନାରେ ତୃତୀୟ ଖୋରାକ ମାନବ ଶରୀରରେ ୫ ରୁ ୧୦ ଗୁଣା ଅଧିକ ଅଣ୍ଟିବଡି ପ୍ରସ୍ତୁତ କରିପାରିବ ।

ମୁଖ୍ୟତ ଟିକାର ଏହି ତୃତୀୟ ଖୋରାକ କରୋନାର ବିଟା ଭାରିଆଣ୍ଟ ବିରୋଧରେ ଭଲ ଫଳପ୍ରଦ ହେବ ବୋଲଇ ଆଶା କରାଯାଇଛି । ଏହି ବିଟା ଭାରିଆଣ୍ଟ ସର୍ବପ୍ରଥମେ ଦକ୍ଷୀଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ଏପଯ୍ୟନ୍ତ କରୋନାର ମିଳିଥିବା ବିଭିନ୍ନ ଭାରିଆଣ୍ଟ ମଧ୍ୟରୁ ବିଟା ଭାରିଆଣ୍ଟ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଇଛି ।

କହିରଖୁ କି ବୈଜ୍ଞାନିକଙ୍କ ମତରେ କରୋନାର ଡେଲଟା ଭାରିଆଣ୍ଟ ବିରୋଧୀ ଲଢେଇରେ ଫାଇଜର ଟିକା କମ୍ ପ୍ରଭାବଶାଳୀ । ଏକ ଅଧ୍ୟୟନ ମୁତାବକ ଯଦି ଜଣଙ୍କୁ ପ୍ରଥମଥର ପାଇଁ କରୋନା ଭୂତାଣୁ ସଂକ୍ରମଣ କରୁଛି ଓ ତାହା ଡେଲଟା ଭାରିଆଣ୍ଟ ତେବେ ସେହି ଲୋକମାନଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ କରିବାରେ କରୋନା ଟିକା ପ୍ରଭାବଶାଳୀ ନୁହେଁ । ‘ଜର୍ନାଲନେଚର’ ରେ ପ୍ରକାଶିତ ରିପୋର୍ଟ ମୁତାବକ କରୋନାର ଡେଲଟା ଭାରିଆଣ୍ଟ ବିରୋଧରେ ଫାଇଜର ଟିକା କମ୍ ପ୍ରଭାବଶାଳୀ । ତେଣୁ ଫାଇଜର ଟିକାର ତୃତୀୟ ଖୋରାକ ଦେବାକୁ କମ୍ପାନୀ ପକ୍ଷରୁ ଅନୁମତି ମଗା ଯାଇଛି ।