କନକ ବ୍ୟୁରୋ : ୫ ବର୍ଷରୁ କମ୍ ପିଲାଙ୍କୁ ଦିଆଯିବ କରୋନା ଟିକା । ଏନେଇ ଟିକା ପ୍ରସ୍ତୁତ କମ୍ପାନୀ ଫାଇଜର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ୍ ବା ଏଫଡିଏଠାରୁ ଅନୁମତି ମାଗିଛି । ଦୁଇ ସପ୍ତାହ ମଧ୍ୟରେ ଅର୍ଥାତ୍ ଫେବୃଆରୀ ୧୫ ତାରିଖରେ ଏଫଡିଏର ଏକ ଜରୁରୀ ବୈଠକ ବସୁଛି । ଏଥିରେ ପିଲାଙ୍କୁ ଟିକାକରଣ ନେଇ ନିଷ୍ପତି ନିଆଯାଇପାରେ ।

Advertisment

ଯଦି ସବୁ କିଛି ଠିକଠାକ୍ ରହେ ତେବେ ଆମେରିକାରେ ମାର୍ଚ୍ଚରୁ ୬ ମାସରୁ ଅଧିକ ଓ ୫ ବର୍ଷରୁ କମ୍ ପିଲାଙ୍କୁ ଟିକା ଦିଆଯାଇପାରେ । ଆମେରିକାରେ ୫ ବର୍ଷରୁ କମ୍ ୧୯ ମିଲିୟନ୍ ପିଲା ରହିଛନ୍ତି । ସଂକ୍ରମଣ ବ୍ୟାପୁଥିବାରୁ ତୁରନ୍ତ ପିଲାଙ୍କୁ ଟିକା ଦେବା ପାଇଁ ଦାବି କରିଛନ୍ତି ଅଭିଭାବକ । ବିଶେଷ କରି ଓମିକ୍ରନ୍ ଯୋଗୁ ପିଲାଙ୍କୁ ହସ୍ପିଟାଲରେ ଭର୍ତି ସଂଖ୍ୟା ବଢୁଥିବାରୁ ଅଭିଭାବକ ଚିନ୍ତାରେ ରହିଛନ୍ତି ।