କନକ ବ୍ୟୁରୋ: ଫାଇଜର ଓ ଆଷ୍ଟ୍ରାଜେନିକା ଟିକାକୁ ନେଇ ଲ୍ୟାନସେଟର ଚିନ୍ତାଜନକ ରିପୋର୍ଟ । ୧୦ ସପ୍ତାହ ପରେ ୫୦ ପ୍ରତିଶତ କମିଯାଉଛି ଟିକା ନେଇ ତିଆରି ହୋଇଥିବା ପ୍ରତିରୋଧ ଶକ୍ତି । ୨ରୁ ୩ ମାସ ପରେ ହ୍ରାସ ପାଉଛି ସଂପୂର୍ଣ୍ଣ ଆଣ୍ଟିବଡି । ୟୁନିଭରସିଟି କଲେଜ ଲଣ୍ଡନର ଅଧ୍ୟୟନରୁ ଏପରି ପ୍ରତିରୋଧ ଶକ୍ତି ହ୍ରାସ ପାଉଥିବା ଜଣାପଡ଼ିଛି । ଟିକାର ପ୍ରଭାବ ନ୍ୟୁ ଭ୍ୟାରିଆଣ୍ଟ ବିରୋଧରେ କାମ କରିବା ମଧ୍ୟ ହ୍ରାସ ପାଇପାରେ । ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ କୋଭିସିଲ୍ଡ ନାଁରେ ଜଣାଶୁଣା ଆଷ୍ଟ୍ରାଜେନିକା ଟିକାର ଦୁଇଟି ଡୋଜ୍ ଅପେକ୍ଷା ଫାଇଜରର ଦୁଇଟି ଡୋଜ୍ ଅଧିକ ଆଣ୍ଟିବଡି ସୃଷ୍ଟି କରିଥାଏ । ପ୍ରଥମେ ଆଷ୍ଟ୍ରାଜେନିକା ଓ ଫାଇଜର ଟିକା ଉଭୟ ଡୋଜର ଆଣ୍ଟିବଡି ସ୍ତର ଅଧିକ ଥିଲା ଓ କୋଭିଡ୍ ୧୯ରୁ ରକ୍ଷା କରୁଥିଲା ବୋଲି ୟୁସିଏଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ଇନଫ୍ରୋମେଟିକର ମଧୁମିତା ସୋତ୍ରି କହିଛନ୍ତି ।
ଫାଇଜର ଓ ଆଷ୍ଟ୍ରାଜେନିକା ଟିକାକୁ ନେଇ ଲ୍ୟାନସେଟର ଚିନ୍ତାଜନକ ରିପୋର୍ଟ । ୧୦ ସପ୍ତାହ ପରେ ୫୦ ପ୍ରତିଶତ କମିଯାଉଛି ଟିକା ନେଇ ତିଆରି ହୋଇଥିବା ପ୍ରତିରୋଧ ଶକ୍ତି ।
/kanak/media/post_attachments/wp-content/uploads/2021/07/1-1-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)