ପିଏଫଓ ସଦସ୍ୟଙ୍କ ପାଇଁ ମାଗଣାରେ ୭ଲକ୍ଷ ଟଙ୍କାର ବୀମା !

ପିଏଫଓ ସଦସ୍ୟଙ୍କ ପାଇଁ ମାଗଣାରେ ୭ଲକ୍ଷ ଟଙ୍କାର ବୀମା !

କନକ ବ୍ୟୁରୋ : ଇପିଏଫଓ ସଦସ୍ୟଙ୍କ ପାଇଁ ମାଗଣାରେ ୭ଲକ୍ଷ ଟଙ୍କାର ବୀମା । କର୍ମଚାରୀ ଭବିଷ୍ୟନିଧୀ ପାଣ୍ଠି ସଂଗଠନ ସଦସ୍ୟମାନେ ଜାଣି ରଖିବା ଉଚିତ ସେମାନଙ୍କ ଖାତା ସହିତ ମାଗଣାରେ ୭ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ରହିଛି । ଏମ୍ପେ୍ଲାଇଜ ଡ଼ିପୋଜିଟ୍ ଲିଙ୍କଡ଼ ଇନସ୍ୟୁରାନ୍ସ ସ୍କୁମ୍ ୧୯୭୬ ଅଧିନରେ ଏହି ସୁବିଧା ଦିଆଯାଉଛି ।

ସବୁଠୁ ବଡ଼ କଥା ହେଉଛି ଏହି ଜୀବନ ବୀମା ସୁରକ୍ଷା ଲାଗି ସଦସ୍ୟମାନଙ୍କୁ କୌଣସି ପ୍ରିମିୟମ୍ ଦେବାକୁ ପଡ଼େ ନାହିଁ । ଇପିଏଫଓ ସଦସ୍ୟ ମାନଙ୍କୁ ସ୍ୱୟଂକ୍ରିୟ ଭାବେ ଏହି ବୀମା ସୁବିଧା ମିଳିଥାଏ । ଇଡ଼ିଏଲଆଇ ସ୍କୁମରେ କେବଳ ବୀମା ନୁହେଁ ଆହୁରି ଅନେକ ସୁବିଧା ମିଳିଥାଏ । ଇପିଏଫଓର କୌଣସୀ ସଦସ୍ୟ ଚାକିରୀରେ ଥିବା ବେଳେ ମୃତ୍ୟୁ ହେଲେ ତାଙ୍କ ନୋମିନ କିମ୍ବା ଆଇନଗତ ଉତରାଧୀକାରୀଙ୍କୁ ସର୍ବାଧିକ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିବ ।  ଚଳିତ ବର୍ଷ ଏପ୍ରିଲ୍‌ରେ ଏହି ସୀମାକୁ ୬ ଲକ୍ଷ ଟଙ୍କାରୁ ବଢ଼ାଇ ୭ ଲକ୍ଷ ଟଙ୍କା କରାଯାଇଥିଲା।

ଏହି ସ୍କିମ୍‌ରେ ସର୍ବନିମ୍ନ ଅଢ଼େଇ ଲକ୍ଷ ଟଙ୍କାର ସୁବିଧା ମିଳିଥାଏ। ଇଡିଏଲ୍‌ଆଇ ସ୍କିମ୍ ପାଇଁ କର୍ମଚାରୀଙ୍କୁ କୌଣସି ପ୍ରିମିୟମ୍ ଦେବାକୁ ପଡ଼େ ନାହିଁ। ନିଯୁକ୍ତିଦାତା ତାଙ୍କ ପାଇଁ ଯେଉଁ ଜମା କରନ୍ତି ସେଥିରୁ ପ୍ରିମିୟମ୍ ରାଶି କଟିଥାଏ। କର୍ମଚାରୀଙ୍କ ସର୍ବାଧିକ ମାସିକ ବେତନ ୧୫ ହଜାର ଟଙ୍କା ହିସାବ କରି ତାହାର ୦.୫୦ ପ୍ରତିଶତ ଟଙ୍କାକୁ ପ୍ରିମିୟମ୍ ଭାବେ ଗ୍ରହଣ କରାଯାଏ। ଇଡିଏଲ୍‌ଆଇ ସ୍କିମ୍‌ରେ ବୀମା ରାଶିକୁ ମୃତ କର୍ମଚାରୀଙ୍କ ନୋମିନି କିମ୍ବା ଆଇନଗତ ଉତ୍ତରାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯ‌ାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe