ଘର ସ୍ୱପ୍ନ ପୁରଣ କରିବ ପିଏଫ୍ ଆକାଉଂଟ ! ଜାଣନ୍ତୁ କେମିତି

64

କନକ ବ୍ୟୁରୋ : ଆପଣଙ୍କର ପିଏଫ୍ ଆକାଉଂଟ ଏବେ ଘର ସ୍ୱପ୍ନ ପୁରଣ କରିବ । କେନ୍ଦ୍ର ସରକାର ଏନେଇ ପିଏଫ ଆକ୍ଟରେ ବଡ ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ସୂଚନା ଅନୁସାରେ, ଘର କିଣିବା ପାଇଁ ଏବେ ପିଏଫ ଆକଉଂଟରୁ ୯୦ ପ୍ରତିଶତ ଅର୍ଥ ଉଠାଇପାରିବେ । ଘର କିଣିବା ବାବଦରେ ଡାଉନ ପେମେଂଟ ଦେବାକୁ ଇପିଏଫଓ ପ୍ରୋଭିଡେଂଟ ଫଣ୍ଡ ୯୦ ପ୍ରତିଶତ ଅର୍ଥ ବାହାର କରିବାକୁ ଅନୁମତି ଦେଇପାରେ । କେନ୍ଦ୍ର ସରକାର ଏଥିପାଇଁ କର୍ମଚାରୀ ଭବିଷ୍ୟନିଧି ଅର୍ଥାତ ଇପିଏଫ ସ୍କିମରେ ସଂଶୋଧନ କରିବେ । ଫଳରେ ୪ କୋଟି ଲୋକ ଉପକୃତ ହୋଇପାରିବେ ।

ଏହି ସଂଶୋଧନ ଫଳରେ ଇପିଏଫଓ ଉପଭୋକ୍ତା ଘର ପାଇଁ ନେଇଥିବା ଲୋନରେ ଇଏମଆଇ ଭରିବାକୁ ନିଜର ଇପିଏଫ ଆକାଉଂଟକୁ ବ୍ୟବହାର କରିପାରିବେ । ପ୍ରସ୍ତାବିତ ପ୍ରାବଧାନ ଅନୁସାରେ, ଏହି ସୁବିଧାର ଲାଭ ଉଠାଇବାକୁ ଉପଭୋକ୍ତାଙ୍କୁ ପ୍ରଥମେ ଏକ କୋ-ଅପରେଟିଭ ସୋସାଇଟି ତିଆରି କରିବାକୁ ପଡିବ, ଯେଉଁଥିରେ ସର୍ବନିମ୍ନ ୧୦ ଜଣ ସଦସ୍ୟ ରହିବେ ।

କେନ୍ଦ୍ର ଶ୍ରମମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ ରାଜ୍ୟସଭରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ସରକାର ଇପିଏଫ ସ୍କିମ ୧୯୫୨ରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ୧୦ ସଦସ୍ୟ ବିଶିଷ୍ଟ କୋ-ଅପରେଟିଭ ଅବା ହାଉସିଂ ସୋସାଇଟିର ଇପିଏଫ ସଦସ୍ୟ ଘର କିଣିବା ସମୟରେ କିମ୍ବା ରହୁଥିବା ଘର ମରାମତି ପାଇଁ ଅଥବା ଜମି ଅଧିଗ୍ରହଣ ସମୟରେ ଆବଶ୍ୟକ ଥିବା ଡାଇଉନପେମେଂଟ ପାଇଁ ପିଏଫର ୯୦ ପ୍ରତିଶତ ଅର୍ଥ ବାହାର କରିପାରିବେ ।