୮୫ ପ୍ରତିଶତ ଭାରତୀୟଙ୍କ ପସନ୍ଦ ମୋଦି ସରକାର : ସର୍ଭେ

44

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଦେଶର ଜନତାଙ୍କ କେତେ ବିଶ୍ୱାସ ରହିଛି । ବିମୁଦ୍ରାକରଣ ଏବଂ ଜିଏସଟି ଭଳି ବଡ ଏବଂ କଠୋର ନିଷ୍ପତି କଣ ମୋଦିଙ୍କ ଠାରୁ ଦେଶବାସୀଙ୍କୁ ଦୂରେଇ ଦେଇଛି । ଏଭଳି କିଛି ପ୍ରଶ୍ନର ଉତ୍ତର ପାଇଁ ଏକ ସର୍ଭେ କରିଥିଲା ପ୍ୟୁ ରିସର୍ଚ୍ଚ ସେଂଟର୍ । ତେବେ ଏହି ସର୍ଭେ ପରେ ଯେଉଁ ଫଳାଫଳ ଆସିଥିଲା ତାହା ନିଶ୍ଚୟ ଭାବରେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ଦେଶର ୮୫ ପ୍ରତିଶତ ଲୋକ ଏବେ ବି ମୋଦି ସରକାରଙ୍କ ଉପରେ ଭରସା ରଖିଛନ୍ତି । ବିମୁଦ୍ରାକରଣ କିମ୍ବା ଜିଏସଟି ମୋଦି ସରକାରଙ୍କ ଉପରୁ ଏମାନଙ୍କ ବିଶ୍ୱାସକୁ ଭାଙ୍ଗିପାରିନାହିଁ । ତେବେ ସାମରିକ ଶାସନ ସମର୍ଥନରେ ରହିଛନ୍ତି ୫୫ ପ୍ରତିଶତ ଜନତା ।

ଏହି ସର୍ଭେରେ ଆହୁରୀ ଅନେକ ପ୍ରଶ୍ନ ସାମିଲ୍ କରାଯାଇଥିଲା । ଯେଉଁଥିରେ ୨୬ ପ୍ରତିଶତ ଜନତା ଜଣେ ଶକ୍ତିଶାଳୀ ନେତା ଚାହାଁନ୍ତି ଯିଏ ସାଂସଦ ଏବଂ କୋର୍ଟର ବିନା ଚାପରେ ଯେ କୌଣସି ନିଷ୍ପତି ନେଇପାରୁଥିବ । ସେହିପରି ୭୦ ପ୍ରତିଶତ ଜନତା ମୋଦିଙ୍କୁ ଜଣେ ବିଫଳ ନେତା ଭାବରେ ଦେଖୁଛନ୍ତି ।

ଏହା ସହ ସର୍ଭେରେ କୁହାଯାଇଛି ୫୩ ପ୍ରତିଶତ ଭାରତୀୟ ଏବଂ ସାଉଥ୍ ଆଫ୍ରିିକାର ୫୨ ପ୍ରତିଶତ ଲୋକ (ଯେଉଁମାନେ ନିଜ ଦେଶରେ ରୁହନ୍ତି) ସାମରିକ ଶାସନର ସମର୍ଥନରେ ଅଛନ୍ତି । କିନ୍ତୁ ବରିଷ୍ଠ ଲୋକମାନେ ଏହି ସାମରିକ ଶାସନକୁ ସମର୍ଥନ କରନ୍ତି ନାହିଁ । ସେମାନେ ଲୋକତନ୍ତ୍ରକୁ ନିଜର ପ୍ରଥମ ପସନ୍ଦ ବୋଲି ଜଣାଇଛନ୍ତି ।