ଭାରତରେ ପ୍ରଥମ ଥର ପାଇଁ ଲଂଚ ହେବାକୁ ଯାଉଛି ୩ ଚକିଆ ସ୍କୁଟର : ଜାଣନ୍ତୁ ଏହାର ଦାମ ଓ ଫିଚର୍ସ

Advertisment
ଭାରତରେ ପ୍ରଥମ ଥର ପାଇଁ ଲଂଚ ହେବାକୁ ଯାଉଛି ୩ ଚକିଆ ସ୍କୁଟର : ଜାଣନ୍ତୁ ଏହାର ଦାମ ଓ ଫିଚର୍ସ

Source : www.jansatta.com

ଅଟୋମୋବାଇଲ କମ୍ପାନୀ ପ୍ୟୁଗେଟ ଭାରତରେ ନିଜର ସ୍କୁଟର ଲଂଚ କରିବାର ସମ୍ଭାବନା ଅଛି । ଏହି ସ୍କୁଟରର ବିଶେଷତ୍ୱ ହେଉଛି ଏଥିରେ ୩ଟି ଚକ ଅଛି । ଏହା ବ୍ୟତୀତ ଏହାର ଇଂଜିନ ବି ଦମଦାର ଅଛି । ଏଥିରେ ୪୦୦ ସିସିର ଇଂଜିନ ଦିଆଯାଇଛି । ଏହି ସ୍କୁଟରର ନାଁ “ପ୍ୟୁଗେଟ ମେଟ୍ରୋ ପୋଲିସ ୪୦୦” । ଏହି ସ୍କୁଟର ସାଧାରଣ ସ୍କୁଟର ଠାରୁ ସମ୍ପୁର୍ଣ୍ଣ ଭିନ୍ନ । ଏହାର ତିନୋଟି ଟାୟାରରେ ଡିସ୍କ ବ୍ରେକର ସୁବିଧା ଦିଆଯାଇଛି । ଏମିତିରେ ଏହାକୁ ଚଳାଇବା ବହୁତ ସହଜ କାହିଁକିନା ଏଥିରେ ଚାଳକକୁ ବାଲାନ୍ସ ମିଳିଥାଏ । ପ୍ୟୁଗେଟ, ମହିନ୍ଦ୍ରା ଟୁ ହ୍ୱିଲର ସହ କାମ କରୁଛି । ଏଡି ସ୍କୁଟରକୁ କଳା, ଧୂସର, ଧଳା ଏବଂ ନାଲି ରଙ୍ଗରେ ଲଂଚ କରାଯାଇପାରେ । ଏହାର ଇଂଜିନ ୭,୦୦୦ପିଏମ/୩୫.୬ଏଚପିର ପାୱାର ଦିଏ । ଏହାର ଟର୍କ ୨୮.୧ ନ୍ୟୁଟନ ମିଟର । ଏଥିରେ ୧୩.୫ ଲିଟରର ଇନ୍ଧନ ଟ୍ୟାଙ୍କ ଦିଆଯାଇଛି । ଏହି ସ୍କୁଟରକୁ ପୂର୍ବରୁ ଅନେକ ଦେଶରେ ଲଂଚ କରାଯାଇସାରିଛି । ଏହାର ସ୍ପୀଡ ୧୩୫ କିମି ପ୍ରତି ଘଣ୍ଟା ।

publive-image

ଫିଚର୍ସକୁ ଦେଖିବା ଯଦି ଏହି ସ୍କୁଟରରେ ଏମିତି ବ୍ୟାଟେରୀ ଅଛି ଯାହାକୁ ବେଶି ଦେଖରେଖ କରିବାକୁ ପଡିବନି, ଏନାଲୋଗ ସ୍ପୀଡ ମିଟର ଅଛି, ଟେକୋମିଟର, ଡିଜିଟାଲ ଫ୍ୟୁଲ ଗେଜ, ଲୋ ଫ୍ୟୁଲ ଗେଜ, ଲୋ ଫ୍ୟୁଲ ୱାର୍ନିଙ୍ଗ, ସର୍ଭିସ ରିମାଇଣ୍ଡର, ଲୋ ଓଏଲ ଇଣ୍ଡିକେଟର ଭଳି ଅନେକ ଫିଚର୍ସ ଅଛି । ଶୀଘ୍ର ଏହାର ମୂଲ୍ୟ ବିଷୟରେ ଜଣାପଡିଯିବ । ଏହାର ଓଜନ ପାଖାପାଖି ୨୫୮ କିଲୋ । ଆହୁରି ବି ଅନେକ ଫିଚର୍ସ ଅଛି । ଏହାର ଡିକ୍କି କାର ଭଳି ଖୋଲିବ । ଏହା ବ୍ୟତୀତ ଏଥିରେ ଟାୟାର ପ୍ରେସର ସେନ୍ସର ଦିଆଯାଇଛି । ଅନ୍ୟ ସ୍କୁଟରଙ୍କ ତୁଳନାରେ ଏଥିରେ ବଡ ବଡ ଦର୍ପଣ ଲାଗିଛି । ପାର୍କିଙ୍ଗ ପାଇଁ ବ୍ରେକର ବଟନ ବି ଦିଆଯାଇଛି । ଏଥିରେ ଆଟୋମେଟିକ ଲକିଙ୍ଗର ସିଷ୍ଟମ ବି ଯାଇଛି । ସିଗାରେଟ ଜଳାଇବା ପାଇଁ ୧୨ ଭୋଲ୍ଟର ଡିସି ସକେଟ୍ ବି ଦିଆଯାଇଛି । ସ୍କୁଟରରେ ଫୁଲ ଏଲଇଡି ଲାଇଟ ଦିଆଯାଇଛି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe