ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର । ଜାଣନ୍ତୁ, ଭୁବନେଶ୍ୱରରେ କେତେ ରହିଛି ତୈଳ ଦର

ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର । ଜାଣନ୍ତୁ, ଭୁବନେଶ୍ୱରରେ କେତେ ରହିଛି ତୈଳ ଦର

ହୁ ହୁ ହେଇ ବଢ଼ୁଛି ତୈଳ ଦର। ଗତ ୭ଦିନ ହେଲାଣି ପ୍ରତିଦିନ ତୈଳ ବୃଦ୍ଧି ପାଉଥିବାରୁ ମଧ୍ୟବିତଙ୍କ ଉପରେ ଚଡ଼କ ପଡ଼ିଛି। ଆଜି ପୁଣି ପେଟ୍ରୋଲ ଦର ବଢ଼ିବା ଖବର ଲୋକଙ୍କୁ ଚିନ୍ତାରେ ପକାଇଛି। ଆଜି ପେଟ୍ରୋଲ ଦର ୩୫ପଇସା ବଢ଼ିଥିବା ବେଳେ ଡିଜେଲ ଦର ଅପରିବର୍ତ୍ତିତ ରହିଛି।

୩୫ପଇସା ବୃଦ୍ଧି ପରେ ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୧୦.୦୪ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୯୮.୪୨ଟଙ୍କା ରହିଛି। ସବୁଠାରୁ ବଡ଼ କଥା ହେଲା ୩୫ପଇସା ବୃଦ୍ଧି ସହ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୧୦.୬୯ଟଙ୍କାରେ ପହଞ୍ଚିଛି। ଏହା ସହ ଡିଜେଲ ଲିଟର ପିଛ‌ା ୧୦୭.୩୯ଟଙ୍କା ରହିଛି। ମାଲକାନଗିରିରେ ଏବେ ପେଟ୍ରୋଲ ଲିଟର ପିଛା ୧୧୫.୯୦ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୧୧୨.୩୯ଟଙ୍କା ରହିଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୫.୮୫ଟଙ୍କା, ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା୧୦୬.୬୬, କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୦.୫୦ ଟଙ୍କା ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe