ପୁଣି କମିଲା ତୈଳଦର । ୮୦ ଟଙ୍କା ତଳକୁ ଖସିଲା ପେଟ୍ରୋଲ ଦର

ଗତ କିଛି ଦିନ ହେବ ତୈଳଦର କମିବାରେ ଲାଗିଛି

172

କନକ ବ୍ୟୁରୋ : ଗତ କିଛି ଦିନ ହେବ ତୈଳଦର କମିବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ହ୍ରାସର ଧାରା ଦ୍ବାଦଶ ଦିନରେ ପହଞ୍ଚିଛି। ଏଥି ସହିତ ପେଟ୍ରୋଲ୍ର ଲିଟର ପିଛା ଦର ୮୦ ଟଙ୍କାରୁ କମ୍ ହୋଇଛି। ଦିଲ୍ଲୀରେ ପେଟ୍ରୋଲ୍ ଦର ୭୯ ଟଙ୍କା ୭୫ ପଇସା ଓ ଡିଜେଲ ଦର ୭୩ ଟଙ୍କା ୮୫ ପଇସା ରହିଛି। ମଙ୍ଗଳବାର ପାଇଁ ସହରରେ ପେଟ୍ରୋଲ୍ ଦର ୭୮ ଟଙ୍କା ୪୦ ପଇସା ଓ ଡିଜେଲ ଦର ୭୯ ଟଙ୍କା ୧୭ ପଇସା ରହିଛି।

 

ଗତ କିଛି ଦିନ ହେବ ସାରା ଦେଶରେ ତୈଳଦର ପ୍ରତ୍ୟେକ ଦିନ ବଢିବାରେ ଲାଗିଥିଲା । ତେଣୁ ଏହାର ପ୍ରଭାବ ସିଧାସଳଖ ଖାଉଟି ମାନଙ୍କ ଉପରେ ପଡୁଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ପେଟ୍ରୋଲ ଅପେକ୍ଷା ଡିଜେଲର ଦର ଅଧିକ ହୋଇଯାଇଥିଲା । ତୈଳଦର ବୃଦ୍ଧିର ପ୍ରତିବାଦ କରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭାରତ ବନ୍ଦ ହେବା ସହ ଆନ୍ଦୋଳନ ମଧ୍ୟ ହୋଇଥିଲା । ତେବେ ବର୍ତମାନ ସମୟରେ ତୈଳଦର କମିବା କାରଣରୁ ଜନସାଧାରଣ ମାନେ ଏହାକୁ ସ୍ୱାଗତ କରିଛନ୍ତି ।