କନକ ବ୍ୟୁରୋ : ସାରା ଦେଶରେ ଜିଓର ଲୋକପ୍ରିୟତା ବଢିବାରେ ଲାଗିଛି । ତେବେ ଏହାରି ମଧ୍ୟରେ କିଛି ଦିନ ହେବ ସାରା ଦେଶରେ ତୈଳଦର ବୃଦ୍ଧି ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ପେଟ୍ରୋଲ ୯୦ଟଙ୍କା ଛୁଇଁବା ଉପରେ । ବାରମ୍ବାର ଦର ବଢିବା କାରଣରୁ ବିରୋଧୀ କଂଗ୍ରେସ ଭାରତ ବନ୍ଦ କରିଥିଲା । ହେଲା ତାହାର ପ୍ରଭାବ କୈାଣସି ପଡିନଥିଲା । ତେଲ ଦର ବଢିବା କାରଣରୁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ତେଣୁ ଲୋକମାନେ ବାରମ୍ବାର ତୈଳଦର କମାଇବା ପାଇଁ କହୁଛନ୍ତି । ବର୍ତ୍ତମାନ ଏପରି ଖବର ରହିଛି ଯାହା ଶୁଣିଲେ ମାତ୍ରେ ଆପଣ ଖୁସି ହୋଇଯିବେ ।
ମିଳିଥିବା ସୂଚନା ଅନୁସାରେ ମୁକେଶ ଅମ୍ବାନୀ ନିଜର କମ୍ପାନୀ ମାଧ୍ୟମରେ ତୈଳଦର କମାଇବେ ବୋଲି ସୂଚନା ମିଳିଛି । ତେଣୁ ଟେଲିକମରେ ଯେପରି ଭାବରେ ଆମ୍ବାନୀ ସାରା ଦେଶର ଅନ୍ୟ କମ୍ପାନୀମାନଙ୍କ ବେପାରକୁ ଘାଇଲା କରିଛନ୍ତି । ସେହିପରି ଭାବରେ ବର୍ତ୍ତମାନ ଭାରତରେ ଥିବା ଅନ୍ୟ ତୈଳ କମ୍ପାନୀମାନେ ଏପରି ଖବର ପାଇବା ପରେ ଚିନ୍ତାରେ ପଡିଯାଇଛନ୍ତି । ତେବେ କମ୍ପାନୀ ଏହିପରି ଭାବରେ କେବେଠାରୁ ଆରମ୍ଭ କରିବ ତାହାର ସଠିକ ସୂଚନା ମିଳିନଥିଲେ ମଧ୍ୟ ଏହା ଦେଶରେ ଖୁବଶୀଘ୍ର ପ୍ରଚଳିତ ହେବ ବୋଲି ସୂଚନା ମିଳିଛି ।
/kanak/media/post_attachments/wp-content/uploads/2018/09/704233-658425-635681-mukesh-ambani-reuters.jpg)