ରାଜ୍ୟର ଅଧିକାଂଶ ସ୍ଥାନରେ ସେଞ୍ଚୁରୀ ମାରିଲା ପେଟ୍ରୋଲ । କାଲିମେଳାରେ ସର୍ବାଧିକ ୧୦୬ଟଙ୍କା, ନବରଙ୍ଗପୁରରେ ୧୦୪ । ଟ୍ୱିନସିଟିରେ ବି ପେଟ୍ରୋଲ ଶହେ ପାର ।

201

କନକ ବ୍ୟୁରୋ : ପେଟ୍ରୋଲ ଦରରେ ସେଞ୍ଚୁରୀ  । ଆଜି ପେଟ୍ରୋଲ ଦର ରାଜ୍ୟର ଅଧିକାଂଶ ସ୍ଥାନରେ  ଶତକ ପାର କରିଛି ।  କାଲିମେଳାରେ ଏହା ସର୍ବାଧିକ ୧୦୬ ଟଙ୍କା  ରହିଛି । ସେହିଭଳି ନବରଙ୍ଗପୁରରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୧୧ ପଇସା ରହିଛି । ଖୋର୍ଧା  ଓ କଟକରେ ବି ପେଟ୍ରୋଲ ଦର ଶହେ ପାର କରିଛି ।

ଖୋର୍ଦ୍ଧାରେ ପେଟ୍ରୋଲ ଦର ୧୦୦ ଟଙ୍କା ୬ପଇସା ରହିଥିବାବେଳେ କଟକରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୨୭ ପଇସା  ରହିଛି ।  ଅନ୍ୟ ସହରରେ ବି ପେଟ୍ରୋଲ ଶତକ ପାର କରିଛି ।   ପେଟ୍ରୋଲ ଦରରେ  ଲଗାତାର ଏଭଳି ବୃଦ୍ଧି ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।ଗତ କିଛି ଦିନ ହେବ ପେଟ୍ରୋଲ ଦରରେ ଲଗାତାର ବୃଦ୍ଧି ପାଇଛି । ଗାଡି ବାହାର କରିବା ପୂର୍ବରୁ ଲୋକେ ଚିନ୍ତା କରୁଛନ୍ତି । ଏପରିକି ପେଟ୍ରୋଲ ପାଇଁ ପକେଟ ଫାଙ୍କା ହୋଇଯାଉଥିବା କହିଛନ୍ତି ଲୋକେ ।