ପେଟ୍ରୋଲ ପମ୍ପର ୨ କିଲୋମିଟର ପରିଧିକୁ ସିଲ୍ କଲା ପ୍ରଶାସନ । ସଂନ୍ଧ୍ୟାଯାଏ ଘରୁ ନବାହାରିବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ।

୨ କିଲୋମିଟର ପରିଧିକୁ ସିଲ୍

156

କନକ ବ୍ୟୁରୋ : ରାଜଧାନୀର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟଣା । ରାଜଭବନ ନିକଟରୁ ୨ କିଲୋମିଟର ଯାଏ ଅଞ୍ଚଳକୁ ସିଲ୍ କଲା ପୋଲିସ । ପ୍ରଶାସନ ସିଲ୍ କରିଥିବା ଅଞ୍ଚଳ ମଧ୍ୟରେ ରହିଛି ଏଜି ଛକରୁ ରାଜଭବନ ଛକ, ରାଜଭବନ ଛକରୁ ଗୋପବନ୍ଧୁ ଛକ, ପାୱାର ହାଉସ ଛକରୁ ରାଜଭବନ ଛକ ପର୍ଯ୍ୟନ୍ତ । ଏହି ଅଞ୍ଚଳରେ ରହୁଥିବା ଲୋକମାନେ ସଂଧ୍ୟା ଯାଏ ଘରୁ ନବାହରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି । ପ୍ରଶାସନ ଏବେ ବି ସନ୍ଦେହ ଘେରରେ ରହିଛି କୌଣସି ମୂହୁତ୍ୱରେ ପୁଣି ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିପାରେ ।

ସୂଚନା ଥାଉକି ଆଜି ସକାଳ ୧୨ ଟା ମଧ୍ୟରେ ରାଜଧାନୀର ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପର ସିଏନଜି ଷ୍ଟକରେ ହଠାତ ନିଆଁ ଲାଗି ଯାଇଥିଲା । ଫଳରେ ଗ୍ୟାସଟାଙ୍କି ଗୁଡିକ ଫାଟି ନିଆଁ ଚାରିଆଡେ ବ୍ୟାପିଥିଲା । ଏଥିରେ ପେଟ୍ରୋଲ ପମ୍ପ ସମେତ ଆଖ ପାଖ ଅଞ୍ଚଳରେ ନିଆଁ ବ୍ୟାପିଯାଇଥିଲା । ନିଆଁରେ ପୋଡି ହୋଇ  ୨ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହା ସହ ଅନେକ ଗାଡି ବି ପୋଡି ଯାଇଥିବାର ଦେଖିବାକୁ ମିଳିଛି ।
ଅନ୍ୟପଟେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିବାରୁ ଏହାକୁ ନେଇ ଅଗ୍ନିଶମ ବିଭାଗ ସର୍ତକତା ଅବଲମ୍ବନ କରିଛି । କାରଣ ଏଠାରେ ଅନେକ ଗ୍ୟାସ ଟାଙ୍କି ରହିଛି । ଯାହା କି ଏବେ ବି ବାହାରକୁ ବାହାର କରାଯାଇ ପାରିନି । ତେଣୁ ଏଥିରୁ ଆଉଥରେ ଅଗ୍ନିକାଣ୍ଡ ନଘଟିବ ତାହା କହିବା ମୁସ୍କିଲ । ଏହାକୁ ଦୃଷ୍ଟିରେ ରଖି ପେଟ୍ରୋଲପମ୍ପର ୨ କିଲୋମିଟର ପରିଧିକୁ ସିଲ୍ କରାଯାଇଛି । ସଂନ୍ଧ୍ୟା ଯାଏ କୌଣସି ଲୋକ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପ୍ରଶାସନ  ।