ରାଜଧାନୀ ପେଟ୍ରୋଲ୍ ପମ୍ପ ବିସ୍ଫୋରଣରେ ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କ ନାଁରେ ନଡ଼ା ବିଡ଼ାକୁ ଶବ କରି ହେଲା ଶବ ସତ୍କାର , ପତ୍ତା ନମଳିବା ପରେ ପ୍ରତିକାତ୍ମକ ଶବ ସତ୍କାର କଲେ ପରିବାର

3,753
କନକ ବ୍ୟୁରୋ : ବିନା ଶବରେ ହେଲା ଶବ ସତ୍କାର । କଥାଟି ଶୁଣିବାକୁ ଯେତେ ଅସ୍ୱାଭାବିକ ଲାଗୁଛି, ଘଟଣାଟି ସେତେ ସମ୍ବେଦନଶୀଳ । ନଡ଼ା ବିଡ଼ାକୁ ଶବ କରି ପ୍ରତିକାତ୍ମକ ଶବ ସତ୍କାର କରିଛନ୍ତି ପରିବାର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଗଂଜାମ ଜିଲ୍ଲା ଆସିକା ବ୍ଲକ୍ ଗହଙ୍ଗୁ ଗାଁରୁ । ଗାଁର ସୀମାଚଂଳ ପରିଡ଼ାଙ୍କ ନାଁରେ ହୋଇଛି ଏହି ଶବ ସତ୍କାର । ନିଖୋଜ ଥିବା ସୀମାଚଂଳଙ୍କ ପତା ନମଳିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ପରିବାର ଲୋକ ।
ମିଳିଥିବା ସୂଚନା ଅନୁସାରେ ସୀମାଂଚଳ ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ କାମ କରୁଥିଲେ । ଆଉ ବିସ୍ଫୋରଣ ଘଟଣା ପରେ ସୀମାଂଚଳ ନିଖୋଜ ଥିଲେ । ପରିବାର ଲୋକ ଗଂଜାମରୁ ଭୁବନେଶ୍ୱର ଆସି ଖୋଜାଖୋଜି କରି ନିରାଶ ହେବା ପରେ ଏଭଳି ନିଷ୍ପତି ନେଇଛନ୍ତି । ବିସ୍ଫୋରଣ ଦିନ ୩ ଜଣ କର୍ମଚାରୀ ପେଟ୍ରୋଲ ପମ୍ପ ରିଫିଲିଂ ଦାୟୀତ୍ୱରେ ଥିଲେ । ସେଥିରୁ ଜଣଙ୍କର ମୃତ୍ୟୁ କଟକ ବଡ଼ ମେଡ଼ିକାଲରେ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଥିଲେ ।
ଆଉ ଜଣଙ୍କର ପତା ମିଳୁନାହିଁ । ଏପଟେ ଘଟଣାସ୍ଥଳରୁ ମିଳିଥିବା ମାଂସ ଟୁକୁଡ଼ାକୁ ସଂଗ୍ରହ କରି ତାର ଟେଷ୍ଟ ପାଇଁ ଲ୍ୟାବକୁ ଇଛି ପୁଲିସ୍ । ବଡ଼ କଥା ହେଉଛି ଭୁବନେଶ୍ୱରର ଏହି ବିସ୍ଫୋରଣ ଘଟଣାକୁ ହୁଏତ ଲୋକ କିଛି ଦିନ ପରେ ଭୁଲି ଯିବେ, ପୂର୍ବ ଭଳି ପୁଣି ଥରେ ସ୍ୱାଭାବିକ ହେବ ଭୁବନେଶ୍ୱରର ଜୀବନଯାତ୍ରା । କିନ୍ତୁ ଏହି ଘଟଣାରେ ଯେଉଁମାନେ ସିଧାସଳକ ପ୍ରଭାବିତ ହୋଇଛନ୍ତି, ସେମାନଙ୍କ ପରିବାର ଲୋକଙ୍କ କେଉଁଭଳି ମାନସିକ ସ୍ଥିତରେ ଅଛନ୍ତି, ତାହା ଆଜିର ଏହି ଘଟଣାରୁ ଅନୁମାନ କରିହେଉଛି ।