କନକ ବ୍ୟୁରୋ: ରିଲାଏନ୍ସ ପେଟ୍ରୋଲ ପମ୍ପ ନାଁରେ ଠକେଇ । ନୂଆ ପେଟ୍ରୋଲ ପମ୍ପ ଖୋଲିବା ନାଁରେ ଜଣେ ଯୁବକଙ୍କଠାରୁ ୪୦ ଲକ୍ଷ ୪୫ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଅଂଚଳରେ । ସ୍ଥାନୀୟ ଓମ୍ ପ୍ରକାଶ ମିଶ୍ର ଅନଲାଇନରେ ରିଲାଏନ୍ସର ନୂଆ ପେଟ୍ରୋଲ ପମ୍ପ ପାଇଁ ଆବେଦନ କରାଯାଉଥିବା ଜାଣିବା ପରେ ଆବେଦନ କରିଥିଲେ । ଦିନକ ପରେ ଏନେଇ ଫୋନ କଲ୍ ମଧ୍ୟ ପାଇଥିଲେ ଓମ୍ ପ୍ରକାଶ ।

Advertisment

ନଭେମ୍ବର ୧ ତାରିଖରେ ସେ ଆବେଦନ କରିବା ପରେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୪୦ ଲକ୍ଷ ୪୫ ହଜାର ଟଙ୍କା ଏକ ନିର୍ଦିଷ୍ଟ ଆଉଂଟକୁ ପଠାଇଥିଲେ । ତେବେ ଗତ ୨୯ ତାରିଖରେ କ୍ଷେତ୍ର ପରିଦର୍ଶନ ପାଇଁ ୬ ଜଣିିଆ ଟିମ୍ ଆସିବା ନେଇ ସୂଚନା ଦେଇଥିଲେ ମଧ୍ୟ ଆସିନଥିଲେ । ଏହା ପରଠାରୁ ସେମାନଙ୍କ ସହ କୌଣସି ଯୋଗାଯୋଗ କରିପାରି ନଥିଲେ ଏବଂ ସନ୍ଦେହ କରି ଏନେଇ ସାଇବର ଥାନାରେ ଏତଲା ଦେଇଥିଲେ ଓମ୍ ପ୍ରକାଶ । ଏହି ଘଟଣାର ତଦନ୍ତ କରି କ୍ରାଇମ ବ୍ରାଂଚ ବିହାରର ୩ ଜଣ ଯୁବକଙ୍କୁ ଗିରଫ କରିଛି । ପରେ ସେମାନଙ୍କୁ ଭୁବନ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା ଏବଂ ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମ ବ୍ରାଂଚ ।