ତେଲକୁ ନେଇ ଉତ୍ତେଜନା : ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ପେଟ୍ରୋଲ ପମ୍ପର ପେଟ୍ରୋଲରେ ପାଣି, ଜେଲି ଭଳି ସାମଗ୍ରୀ ମିଶିଥିବା ନେଇ ଅଭିଯୋଗ

ଖଣ୍ଡଗିରି ପୁଲିସର ତନାଘନା

211

କନକ ବ୍ୟୁରୋ : ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲ ଦିଆଯିବାକୁ ନେଇ ଉତ୍ତେଜନା । ଭୁବନେଶ୍ୱର ବରମୁଣ୍ଡା ପେଟ୍ରୋଲ ପମ୍ପରେ ଘଟିଛି ଏହି ଘଟଣା । ଗ୍ରାହକଙ୍କ ଅଭିଯୋଗ, ପେଟ୍ରୋଲରେ ପାଣି କିମ୍ବା ଜେଲ ଭଳି କିଛି ସାମଗ୍ରୀ ମିଶିଛି । ଅଧିକାଂଶ ଗ୍ରାହକ ଏହି ଟାଙ୍କିରୁ ତେଲ ପକାଇ ହଇରାଣ ହୋଇଥିବା ଅଭିଯୋଗ ଆଣିଛନ୍ତି । ଏହି ଅସନ୍ତୁଷ୍ଟ ଗ୍ରାହକମାନେ କିଛି ସମୟ ପାଇଁ ପେଟ୍ରୋଲ ପମ୍ପରେ ପାଟିତୁଣ୍ଡ କରିଥିଲେ ।

ସେମାନଙ୍କ କହିବା ହେଲା, ଏହି ଅପମିଶ୍ରିତ ତେଲ ବାଇକ ଓ କାରରେ ପକାଇବା ପରେ ଗାଡିର ଇଞ୍ଜିନ ସିଜ ହୋଇଯାଇଛି । ଖଣ୍ଡଗିରି ପୋଲିସ ଏବଂ ଭରତପୁର ଥାନା ପୋଲିସ ସେଠାରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ଏହି ଘଟଣାରେ ପୋଲିସ ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କୁ ଅଟକ ରଖି ପଚରା ଉଚରା କରିଛି ।