କନକ ବ୍ୟୁରୋ : ପୁଲିସ ରାଡାରରେ ଓଡିଶାର ପେଟ୍ରୋଲ ପମ୍ପ । ଠକ ପେଟ୍ରୋଲ ପମ୍ପ ଉପରେ କଡା ନଜର ରଖିବାକୁ ରାଜ୍ୟର ସମସ୍ତ ଏସପି, ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି ପୁଲିସ ଡିଜି ଆର.ପି.ଶର୍ମା । ମାଇକ୍ରୋ ଚିପ୍, ଇଲୋକଟ୍ରୋନିକ ଡିଭାଇସ ଏବଂ ରିମୋଟ୍ ସେନସର ଲଗାଇ ଓଜନ ମାପରେ ପେଟ୍ରୋଲ ପମ୍ପ ଗୁଡିକ ତେଲ ଠକେଇ କରୁଥିବା ଅଭିଯୋଗ ହୋଇଥିଲା । ଏହାପରେ ତତ୍ପର ହୋଇଉଠିଥିଲା ରାଜ୍ୟ ପୋଲିସ । ଏପରିକିି ଗତ କିଛି ମାସ ମଧ୍ୟରେ ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢାଉ ମଧ୍ୟ କରିଥିଲା ।

Advertisment

ତେବେ ରାଜ୍ୟ ଗୁଇନ୍ଦା ବିଭାଗର ତଥ୍ୟ ଅନୁସାରେ, ପୁଲିସକୁ ଏସବୁ ତଥ୍ୟ ମିଳିସାରିଛି । ଲୋକଙ୍କୁ ଠକି ଚାଲିଥିବା ଏହି ରିଟେଲ ପେଟ୍ରୋଲ ପମ୍ପ ଗୁଡିକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ ଡିଜି ପ୍ରେସ ରିଲିଜ ମାଧ୍ୟମରେ ଜଣାଇଛନ୍ତି । ଏଥିସହ ପ୍ରତିମାସରେ ଏନେଇ ଯାଂଚ କରି ରିପୋର୍ଟ ଦେବାକୁ କହିଛନ୍ତି ।