ରାଜଧାନୀରେ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା : ଯାଂଚ ପାଇଁ ରାଜ୍ୟ ଫରେନସିକ୍ ଲାବକୁ ଗଲା ବିସ୍ଫୋରଣ ସ୍ଥଳରୁ ମିଳିଥିଲା ମାଂସ ଓ ହାଡ ଟୁକୁଡା, ପରିବାର ଲୋକଙ୍କ ଠାରୁ ସାମ୍ପଲ ଆଣି କରାଯିବ ଡିଏନଏ ଟେଷ୍ଟ

91

କନକ ବ୍ୟୁରୋ : ଭୁବନେଶ୍ୱର ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିସ୍ଫୋରଣ ପରେ ଉଦ୍ଧାର ହୋଇଥିବା ଖଣ୍ଡବିଖଣ୍ଡିତ ଶରୀରର ହେବ ଡିଏନ୍ଏ ଟେଷ୍ଟ । ମିଳିଥିବା ମାଂସ ଟୁକୁଡ଼ା ଏବଂ ହାଡ଼କୁ ରାଜ୍ୟ ଫରେସନ୍ସିକ୍ ଲ୍ୟାବକୁ ପଠାଇଛି କମିଶନରେଟ୍ ପୁଲିସ୍ । ସନ୍ଦେହ କରାଯାଉଥିବା ଗଂଜାମର ସୀମାଂଚଳଙ୍କ ପରିବାର ଲୋକଙ୍କ ସାମ୍ପୁଲ ଅଣାଯାଇ ଏହି ଡିଏନ୍ଏ ଟେଷ୍ଟ କରାଯିବ ବୋଲି କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ପୁଲିସ୍ କମିଶନର । ଆଉ ସେହି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ ବିସ୍ଫୋରଣ ପୂର୍ବରୁ ଏଲପିଜି ରିଫିଲିଂ ଦାୟିତ୍ୱରେ ୩ ଜଣ କର୍ମଚାରୀ ଥିଲେ । ସେଥିରୁ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଜଣକର କଟକ ବଡ଼ ମେଡ଼ିକାଲରେ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିଲେ ।