ପୁଣି ଗ୍ରାହକଙ୍କୁ କନ୍ଦାଇଲା ପେଟ୍ରୋଲ, ଡ଼ିଜେଲ ଦର : ୮୫ ପାର କଲା ପେଟ୍ରୋଲ, ଡ଼ିଜେଲ ୮୨ ଟଙ୍କା

ଜାନୁଆରୀ ୬ ପରଠାରୁ ଲଗାତର ବଢ଼ି ଚାଲିଛି ଅଶୋଧିତ ତୈଳ ଦର; ଉତ୍ପାଦନ ଶୁଳ୍କ, ଡ଼ିଲର କମିଶନ ଓ ଭାଟ୍କୁ ମିଶାଇ ୬୨ ପ୍ରତିଶତ ଟିକସ ଆଦାୟ କରୁଛନ୍ତି ସରକାର

160

କନକ ବ୍ୟୁରୋ : ପେଟ୍ରୋଲ ଦାମ୍ ପୁଣି ଗ୍ରାହକଙ୍କୁ କନ୍ଧାଇବା ଆରମ୍ଭ କରିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ଟଙ୍କାରୁ ଅଧିକ ହୋଇଛି । ଆନ୍ତର୍ଜାାତିକ ବଜାରରେ ଅଶୋଧିତ ତୈଳର ଦାମ୍ ବୃଦ୍ଧି ପାଉଥିବାରୁ ଦେଶ ଭିତରେ ପେଟ୍ରୋଲ ଓ ଡ଼ିଜେଲ୍ ଦାମ୍ ବୃଦ୍ଧି ପାଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛିା ଦାମ୍ ୮୫ ଟଙ୍କା ୧୧ ପଇସା ରହିଛି । ଡ଼ିଜେଲ ଦାମ୍ ୮୧ ଟଙ୍କା ୩୧ ପଇସା ରହିଛି ।

ଆଜି ଦିଲ୍ଲୀରେ ପେଟ୍ରୋଲ ଦାମ୍ ୮୪ ଟଙ୍କା ୪୫ ପଇସା ଓ ଡ଼ିଜଲ ଦାମ୍ ୭୪ ଟଙ୍କା ୬୩ ପଇସା ରହିଛି । ଦିଲ୍ଲୀ ତୁଳନାରେ ଭୁବନେଶ୍ୱରରେ ଉଭୟ ପେଟ୍ରୋଲ ଡ଼ିଜେଲ ଦର ଅଧିକ ରହିଛି । ଡ଼ିଜେଲ ଦାମ୍ ଦିଲ୍ଲୀ ତୁଳନାରେ ୬ଟଙ୍କା ଅଧିକ ରହିଛି । ମୁମ୍ବାଇରେ ପେଟ୍ରୋଲ ଦାମ୍ ୯୧ ଟଙକା ୭ ପଇସା ବୃଦ୍ଧି ପାଇଥିବା ବେଳେ ଡ଼ିଜେଲ ଦାମ୍ ୮୧ ଟଙ୍କା ୩୪ ପଇସା ରହିଛି । ୨୦୨୦ ଡ଼ିସେମ୍ବର ୭ରୁ ୨୦୨୧ ଜାନୁଆରୀ ୫ ପର୍ଯ୍ୟନ୍ତ ତୈଳ ଦର ଅପରବର୍ତିତ ରହିଥିଲା । ଜାନୁଆରୀ ୬ରୁ ଆରମ୍ଭ ହୋଇଥିଲା ଦର ବୃଦ୍ଧି ଜାରି ।