ଓଡିଶାରେ ତେଲ ଦର ଟପିଲା ଶହେ ଟଙ୍କା । କାଲିମେଳାରେ ପେଟ୍ରୋଲ ଲିଟରକୁ ଶହେ ଟଙ୍କା ୨୯ ପଇସା, ଲଗାତାର ବଢିଚାଲିଛି ତେଲ ଦର

147
କନକ ବ୍ୟୁରୋ : କନ୍ଦାଉଛି ତେଲ ଦର । ଓଡିଶାରେ ଶହେ ଟପିଲା ତେଲ ଦର । ଲଗାତାର ଦେଲ ଦର ବଢୁଥିବା ବେଳେ ଗତକାଲି ମାଲକାନଗିରି ଜିଲ୍ଲା କାଲିମେଳାରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ୨୯ ପଇସା ଦରରେ ବିକ୍ରି ହୋଇଛି । ସେହିପରି ଡିଜେଲ ଲିଟରକୁ ୯୩ ଟଙ୍କା ୮୬ ପଇସା ଦେଇ କିଣିଛନ୍ତି ଗ୍ରାହକ ।
ଦୁଇ ଦିନ ତଳେ କାଲିମେଳାରେ ସାଧାରଣ ପେଟ୍ରୋଲର ଦର ୯୬ ଟଙ୍କା ୭୮ ପଇସା ରହିଥିଲା । ପ୍ରିମିୟର ତେଲ ବା ସ୍ପିଡ ପେଟ୍ରୋଲ ଲିଟର ପିଛା ଥିଲା ୯୯ ଟଙ୍କା ୯୩ ପଇସା । ହେଲେ ଗତକାଲି ପୁଣି ପେଟ୍ରୋଲ ଦର ୩୬ ପଇସା ବଢିବାରୁ, ସାଧାରଣ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ୧୪ ପଇସା  ଏବଂ ପ୍ରିମିୟମ ପେଟ୍ରୋଲ ଦର ଲିଟରକୁ ୧୦୦ ଟଙ୍କା ୨୯ ପଇସାରେ ବିକ୍ରି ହୋଇଛି । ଏହା ହେଉଛି ଓଡିଶାରେ ସର୍ବାଧିକ ପେଟ୍ରୋଲ ଦର । ଚଳିତ ମାସ ୯ ତାରିଖରୁ କ୍ରମାଗତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ଯଦି ଆଜି ପୁଣି ପେଟ୍ରୋଲ ଦର ବଢେ ତେବେ ରାଜ୍ୟର ଉପାନ୍ତ ଅଂଚଳରେ ସାଧାରଣ ପେଟ୍ରୋଲ ଦର ମଧ୍ୟ ଶହେ ଟଙ୍କା ଟପିଯିବା ସମ୍ଭାବନା ରହିଛି ।