ଉପରମୁହାଁ ହେଉଛି ପେଟ୍ରୋଲ ଓ ଡିଜେଲ ଦର : ଆଜି କ୍ୟାବିନେଟ ବୈଠକରେ ଦର କମ କରିବାକୁ ହୋଇପାରେ ବିଚାର, ବିଜେପି ଶାସିତ ରାଜ୍ୟଗୁଡିକୁ ଟିକସ କମ୍ କରିବାକୁ କହିପାରନ୍ତି ମୋଦି

Advertisment
ଉପରମୁହାଁ ହେଉଛି ପେଟ୍ରୋଲ ଓ ଡିଜେଲ ଦର : ଆଜି କ୍ୟାବିନେଟ ବୈଠକରେ ଦର କମ କରିବାକୁ ହୋଇପାରେ ବିଚାର, ବିଜେପି ଶାସିତ ରାଜ୍ୟଗୁଡିକୁ ଟିକସ କମ୍ କରିବାକୁ କହିପାରନ୍ତି ମୋଦି

କନକ ବ୍ୟୁରୋ : କମିପାରେ ପେଟ୍ରୋଲ ଓ ଡିଜେଲ ଦର । କେନ୍ଦ୍ର ସରକାରଙ୍କୁ ଘାରିଛି ତେଲ ଦର ଚିନ୍ତା । ଦିନକୁ ଦିନ ତେଲ ଦର ବଢୁଥିବା ବେଳେ ଏହାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଲାଣି । ଏନେଇ ଏବେ ମୋଦି ସରକାରଙ୍କ ଉପରେ ଚାପ ପଡିବାରେ ଲାଗିଛି । ଆଜି ଦିନ ୧୦ଟା ୩୦ରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏଥିରେ ତେଲ ଦର ବୃଦ୍ଧି ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ଏହା ସହ ଦେଶର ବିଜେପି ଶାସିତ ରାଜ୍ୟଗୁଡିକରେ ପେଟ୍ରୋଲ-ଡିଜେଲ ଉପରେ ଥିବା ଭାଟ୍ କମାବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇପାରନ୍ତି । ଗତ ଏକ ସପ୍ତାହରୁ ପ୍ରତିଦିନ ତେଲ ଦର ବଢି ବଢି ଚାଲିଛି । ଏପରିକି ୨୦୧୩ ପରେ ଏବେ ଏହା ରେକର୍ଡ ଛୁଇଁଛି । ଅନ୍ୟପଟେ ମୁମ୍ବାଇରେ ପେଟ୍ରୋଲ ଦର ୮୪ଟଙ୍କା ଟପିସାରିଛି ।

ଆସନ୍ତା ଅଳ୍ପ କିଛିଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୨ ଟଙ୍କାରୁ ୪ ଟଙ୍କା ପର୍ଯ୍ୟନ୍ତ କମିପାରେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରାଳୟ, ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ ଇଣ୍ଡିଆନ୍ ଅଏଲ ଭଳି ସରକାରୀ ତେଲ ବିକ୍ରି କମ୍ପାନିଙ୍କ ମଧ୍ୟରେ ଆଲୋଚନା ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ଅର୍ଥ ମନ୍ତ୍ରାଳୟର ଅଧିକାରୀମାନେ ମଙ୍ଗଳବାର ସୂଚନା ଦେଇଛନ୍ତି।ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଟିକସ ହ୍ରାସ ସହିତ ଡିଲର କମିସନ ହ୍ରାସ ମାଧ୍ୟମରେ ତେଲ ଦରକୁ କମାଯାଇ ପାରେ। ତେବେ ଡିଲର କମିସନରେ ଯେଉଁ ହ୍ରାସ ହେବ ତାହାକୁ ତେଲ କମ୍ପାନି ଗୁଡ଼ିକ ଭରଣା କରିବା ସମ୍ଭାବନା ରହିଛି। ତେଲ ଉପରେ ଟିକସର ଅଂଶ ୩୭ ଏବଂ ୪୭ ପ୍ରତିଶତ ରହୁଥିବାବେଳେ ଡିଲର କମିସନ ୩.୮ ପ୍ରତିଶତ ଏବଂ ୪.୮ ପ୍ରତିଶତ ରହିଛି। ଅର୍ଥ ଏବଂ ପେଟ୍ରୋଲିୟମ ମନ୍ତ୍ରାଳୟର ସମନ୍ଵୟରେ ପଦକ୍ଷେପ ନିଆଯିବ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଏବଂ ଟଙ୍କା ଦୁର୍ବଳ ହେବା କାରଣରୁ ଏହି ସଙ୍କଟ ଦେଖାଦେଇଛି ବୋଲି ଅର୍ଥ ମନ୍ତ୍ରାଳୟର ଅଧିକାରୀ କହିଛନ୍ତି।

ସେହିପରି ତେଲ ଦରକୁ ନେଇ କ’ଣ କରାଯାଇପାରିବ ସେ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ଓ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ତେଲ କମ୍ପାନିର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ। ଚଳିତ ସପ୍ତାହରେ ତେଲ ଦର ବୃଦ୍ଧିରୁ ନିସ୍ତାର ମିଳିବ ବୋଲି ବିଜେପି ସଭାପତି ଅମିତ ଶାହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe