କରୋନା କାଳରେ ପୁଣି ଘାଇଲା କଲାଣି ତେଲ ଦର : କାଲିମେଳାରେ ୧୦୦ ଟପିଲା ଡିଜେଲ ଦର; ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ

95

କନକ ବ୍ୟୁରୋ : ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତେଲ ଦର । ଏପରି ଦର ବୃଦ୍ଧି ଖାଉଟିଙ୍କୁ ପୁରା ଘାଇଲା କରିଛି । ଏହାରି ଭିତରେ ମାଲକାନଗିରି କାଲିମେଳାରେ ୧୦୦ ଟପିଲା ଡିଜେଲ ଦର । ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପୂର୍ବରୁ କେବେ ହେଲେ ଡିଜେଲ ଦର ଶହେ ଟଙ୍କା ଅତିକ୍ରମ କରିନଥିଲା ।

ବର୍ତମାନ ଡିଜେଲର ଏପରି ଦର ବୃଦ୍ଧି ସର୍ବକାଳୀନ ସର୍ବାଧିକ ବୋଲି କୁହାଯାଉଛି । ପେଟ୍ରୋଲ ଦର ଶହେ ନିକଟରେ ଥିବା ବେଳେ ଡିଜେଲ ଦର ଏପରି ବୃଦ୍ଧି ହେବା ଖାଉଟିଙ୍କ ପକେଟ ଉପରେ ମାଡ କରିଛି । ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡିବ ।

Comments are closed.