କନକ ବ୍ୟୁରୋ : ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତେଲ ଦର । ଏପରି ଦର ବୃଦ୍ଧି ଖାଉଟିଙ୍କୁ ପୁରା ଘାଇଲା କରିଛି । ଏହାରି ଭିତରେ ମାଲକାନଗିରି କାଲିମେଳାରେ ୧୦୦ ଟପିଲା ଡିଜେଲ ଦର । ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପୂର୍ବରୁ କେବେ ହେଲେ ଡିଜେଲ ଦର ଶହେ ଟଙ୍କା ଅତିକ୍ରମ କରିନଥିଲା ।
ବର୍ତମାନ ଡିଜେଲର ଏପରି ଦର ବୃଦ୍ଧି ସର୍ବକାଳୀନ ସର୍ବାଧିକ ବୋଲି କୁହାଯାଉଛି । ପେଟ୍ରୋଲ ଦର ଶହେ ନିକଟରେ ଥିବା ବେଳେ ଡିଜେଲ ଦର ଏପରି ବୃଦ୍ଧି ହେବା ଖାଉଟିଙ୍କ ପକେଟ ଉପରେ ମାଡ କରିଛି । ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/7-7.jpg)