ଆଜି ବି ରାଜ୍ୟରେ ଶହେ ଟଙ୍କା ଉପରେ ଲିଟର ପିଛା ପେଟ୍ରୋଲ ଦର : କାଲିମେଳାରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୧ ପଇସା, ଡିଜେଲ ୯୮ଟଙ୍କା ୫୮ ପଇସା

Advertisment
ଆଜି ବି ରାଜ୍ୟରେ ଶହେ ଟଙ୍କା ଉପରେ ଲିଟର ପିଛା ପେଟ୍ରୋଲ ଦର : କାଲିମେଳାରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୧ ପଇସା, ଡିଜେଲ ୯୮ଟଙ୍କା ୫୮ ପଇସା

କନକ ବ୍ୟୁରୋ : ମାଲକାନଗିରି ସେଂଚୁରୀ ମାରିଛି ପେଟ୍ରୋଲ ଦର । ଜିଲ୍ଲାରେ ପେଟ୍ରୋଲ ୧୦୦ ଟଙ୍କା ୮ ପଇସା ଥିବା ବେଳେ ଡିଜେଲ ୯୭ ଟଙ୍କା ୭୪ ପଇସା ରହିଛି । ସେହିପରି କାଲିମେଳାରେ ପେଟ୍ରୋଲ ୧୦୧ ଟଙ୍କା ୦୧ ପଇସା ଥିବା ବେଳେ ଡିଜେଲ ୯୮ଟଙ୍କା ୫୮ ପଇସା ରହିଛି । ତେଲଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପେଟ୍ରୋଲ ଦର ୧୦୦ ଟଙ୍କା ଟପି ଥିବା ବେଳେ ଏଥିରେ ଜଣେ ଗ୍ରାହକଙ୍କୁ ଟିକସ ବାବଦରେ କେତେ ଟଙ୍କା ଦେବାକୁ ପଡେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ । ନଜର ପକାନ୍ତୁ ତେଳ ଗଣିତ ଉପରେ

ମୌଳିକ ମୂଲ୍ୟ ହେଉଛି ୪୦.୨୧ ଟଙ୍କା

କେନ୍ଦ୍ର ସରକାରଙ୍କ ଏକସାଇଜ୍ ଡ୍ୟୁଟି ରହିଛି ୩୨.୯୦ ଟଙ୍କା

ଭାଟ ବାବଦରେ ରାଜ୍ୟ ସରକାର ନେଉଛନ୍ତି ୨୩.୩୧ ଟଙ୍କା

ଡିଲର କମିଶନ ୩.୩୦ ଟଙ୍କା

ମାଲକାନଗିରି ଜିଲ୍ଲା ସମେତ ଦକ୍ଷିଣ ଓଡିଶାକୁ ବିଶାଖାପାଟଣ ଡିପୋରୁ ତୈଳ ଯୋଗାଣ ହୋଇଥାଏ । ତେଲ ଡିପୋ ଠାରୁ ପେଟ୍ରୋଲ ପମ୍ପର ଦୂରତା ଯୋଗୁଁ ପ୍ରତି ସହରରେ ଭିନ୍ନ ଭିନ୍ନ ତୈଳ ଦର ସ୍ଥିର କରିଥାନ୍ତି କମ୍ପାନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe