କୋରାପୁଟ ଜିଲ୍ଲାରେ ୧୦୦ଟଙ୍କା ପାର କଲା ପେଟ୍ରୋଲ ଦର : ପେଟ୍ରୋଲ ଲିଟର ୧୦୦ଟଙ୍କା ୨୪ ପଇସା; ୬ଟି ରାଜ୍ୟରେ ସେଂଚୁରୀ ଉପରେ ପେଟ୍ରୋଲ ଦର

85

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରେ ୧୦୦ଟଙ୍କା ପାର କଲା ପେଟ୍ରୋଲ ଦର । ପେଟ୍ରୋଲ ଲିଟର ୧୦୦ ଟଙ୍କା ୨୪ ପଇସା ରହିଥିବା ବେଳେ ଡ଼ିଜେଲ ଦର ରହିଛି ୯୮ ଟଙ୍କା । ସେହିପରି ଏକ୍ସଟ୍ରା ପ୍ରିମିୟମ୍ ତେଲ ଦର ରହିଛି ୧୦୪ ଟଙ୍କା ୮ପଇସା । ସେପଟେ ସାରା ଦେଶରେ ପେଟ୍ରୋଲ ଦାମ୍ ଆକାଶ ଛୁଆଁ ରହିଥିବା ବେଳେ ୬ଟି ରାଜ୍ୟରେ ପେଟ୍ରୋଲ ଦର ୧୦୦ଟଙ୍କାରୁ ଅଧିକ ରହିଛି ।

ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଲଦାଖ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ପେଟ୍ରୋଲ ୧୦୦ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି । ଆଜି ତେଲ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଦାମରେ ୨୭ ପଇସା ଓ ଡ଼ଇଜେଲ ଦାମରେ ୨୮ ପଇସା ବଢାଇଛନ୍ତି । ଗତ ମେ ୪ ତାରିଖ ପରଠାରୁ ଏହା ପେଟ୍ରୋଲ ଦାମରେ ୨୦ତମ ବୃଦ୍ଧି । ୨୦ଥରରେ ପେଟ୍ରୋଲ ମୁଲ୍ୟ୪ଟଙ୍କା ୨୯ ପଇସା ଓଡ଼ିଜେଲ ମୁଲ୍ୟ ୫ଟଙ୍କା ୨୮ ପଇସା ବଢିଲାଣି । ମୁମ୍ବାଇରେ ପେଟ୍ରୋଲ ଦାମ୍ ୧୦୧ଟଙ୍କାରୁ ଅଧିକ ହୋଇଛି । ଦିଲ୍ଲୀରେ ପେଟ୍ରୋଲ ମୁଲ୍ୟ ୯୫ଟଙ୍କା ହୋଇଛି ।