ପେଟ୍ରୋଲ ଦରବୃଦ୍ଧିକୁ ନେଇ ରାଜନୀତିରେ ନିଆଁ । ସାଇକେଲରେ ବିଧାନସଭା ଗଲେ କଂଗ୍ରେସ ବିଧାୟକ । ଦରବୃଦ୍ଧି ନେଇ ବିରୋଧୀଦଳ ଉପନେତାଙ୍କ ଅଜବ ଯୁକ୍ତି ।

84

କନକ ବ୍ୟୁରୋ: ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସର ଜୋରଦାର ପ୍ରତିବାଦ । ବିଧାନସଭାକୁ କଂଗ୍ରେସ ବିଧାୟକମାନେ ସାଇକେଲରେ ଆସି ଗୃହ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ମୁଲତବୀ ଆଲୋଚନା ବେଳେ ଦର ପ୍ରତ୍ୟାହାର ଦାବି କରିଥିଲା କଂଗ୍ରେସ । ଜବାବରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି କେନ୍ଦ୍ର ସରକାର ଅତିରିକ୍ତ ସେସ୍ ପ୍ରତ୍ୟାହାର କଲେ ରାଜ୍ୟରେ ଖସିବ ତୈଳ ଦର ।

ତୈଳଦର ବୃଦ୍ଧି ପ୍ରତିବାଦକୁ ଜୋରଦାର କରିଛନ୍ତି ଛାତ୍ର ଓ ଯୁବ କଂଗ୍ରେସ । ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋରେ କାଳି ବୋଳିଛନ୍ତି ଛାତ୍ର କଂଗ୍ରେସର କର୍ମୀ । ଗୃହ ବାହାର ପରି ଭିତରେ ବି ଦେଖିବାକୁ ମିଳିଥିଲା ତାତି । ତୈଳଦର ବୃଦ୍ଧିକୁ ନେଇ ଗୃହରେ ମୁଲତବୀ ଆଲୋଚନା ବେଳେ ଦର ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଥିଲା କଂଗ୍ରେସ ।

ତୈଳ ଦରବୃଦ୍ଧି ନେଇ ବିଜେଡି ସରକାର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅତିରିକ୍ତ ସେସ ବୃଦ୍ଧି ପ୍ରତ୍ୟାହାର ହେଲେ ତୈଳ ଦର ହ୍ରାସ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ ଅଜବ ଯୁକ୍ତି ବାଢିଛନ୍ତି । ବିରୋଧୀ ଦଳ ଉପନେତା ପେଟ୍ରୋଲ ଦର କମିବା ଉଚିତ ନୁହଁ ବୋଲି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ , କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଟିକସ ପଇସାରେ ବିକାଶ କାମ କରାଯାଉଛି । କେବଳ ସ୍ୱାସ୍ଥ୍ୟ ବାବଦ ଖର୍ଚକୁ ଚଳିତ ବଜେଟ୍ ୧୩୭ ପ୍ରତିଶତ କରାଯାଇଥିବା ଟୁଇଟ୍ କରିଛନ୍ତି ଧର୍ମେନ୍ଦ୍ର ।