ତେଜୁଛି ତେଲ ଦର ବିବାଦ । କେନ୍ଦ୍ରକୁ କଟାକ୍ଷ କଲେ ବିଜେଡି ନେତା । କହିଲେ, ଆଛା ଦିନର ସ୍ଲୋଗାନ ହେଉଛି ଓଲଟା

185

କରୋନା ବ୍ୟୁରୋ : ବଢୁଥିବା ତେଲ ଦର ସାରା ଦେଶବାସୀଙ୍କ ପକେଟ ଉପରେ ପ୍ରଭାବ ପକାଉଛି । ତେଲ ଦର ବଢୁଛି, ତାସହିତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି । ଯାହାକୁ ନେଇ ଆଜି କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ନେତା ସଞ୍ଜୟଦାସ ବର୍ମା । ସେ କହିଛନ୍ତି, ବର୍ତମାନ ସାରା ଭାରତ ବର୍ଷରେ ଯେଉଁ ଭଳି ଦରଦାମ ହୁ ହୁ ହୋଇ ବୃଧି ପାଉଛି । ଏହି ସମୟରେ ପ୍ରାୟ ସମସ୍ତେ ବେକାର । ଜିଡିପି ୪୦ ବର୍ଷ ତଳେ । ଏଭଳି ସମୟରେ ଲଗାତାର ଭାବେ ତୈଳ ଦର ଲୋକଙ୍କ ଉପରେ ଲଦି ଦିଆଯାଉଛି । ଆଉ ଏହାକୁ ଆମେ ନିନ୍ଦା କରୁଛୁ ।
ଯେଉଁ ସରକାର ଆଛା ଦିନର ସ୍ଲୋଗାନ ଦେଉଥିଲେ ତାହାର ଓଲଟା ହେଉଛି । ସବୁଵର୍ଗର ଲୋକ ଏଖିରେ ପ୍ରଭାବିତ ହେଉଛନ୍ତି । ଗତ ବଜେଟରେ ଅର୍ଥମନ୍ତ୍ରୀ କହିଥିଲେ କୃଷି ସେସ ଦ୍ୱାରା ଲୋକ ପ୍ରଭାବିତ ହେବେ ନାହିଁ । କିନ୍ତୁ ଲଗାତାର ଭାବେ ୧୬ ଥର ତୈଳ ଦର ବୃଦ୍ଧି କରାଯାଇଛି । ଯାହା ସିଧା ସଳଖ ଭାବେ ଲୋକଙ୍କ ଉପରେ ପ୍ରଭାବ ପକାଉଛି । ତେଣୁ କୃଷି ସେସ ଉପରେ ଦର ବୃଦ୍ଧି ପ୍ରତ୍ୟାହାର କରାଯାଉ । କେନ୍ଦ୍ର ସରକାର ନେଉଥିବା ଟ୍ୟାକ୍ସ ହାର କମାଇବା ସହ ରିହାତି ହାର ବୃଦ୍ଧି କରନ୍ତୁ । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଯେଉଁ ହାର ବୃଦ୍ଧି ପାଉନି ତା ତୁଳନାରେ ତୈଳ ଦର ଯଥେଷ୍ଟ ଅଧିକ ବୃଦ୍ଧି ପାଉଛି । ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ପ୍ରଭାବିତ କରୁଛି । ଅଗାମୀ ଦିନରେ ତୈଳ ଦର ବୃଦ୍ଧି ପ୍ରତିବାଦ ନେଇ ବିଜେଡି ଆହୁରି ଶକ୍ତ ଆଭିମୁଖ୍ୟ ଆପଣେଇବ