କଲବଲ କଲାଣି ପେଟ୍ରୋଲ ଦର । ଘରୁ ଗାଡ଼ି କାଢିବାକୁ ଲାଗୁଛି ଡର ।

141

କନକ ବ୍ୟୁରୋ : ପେଟ୍ରୋଲ ଦର ଓଡିଶାର ସବୁଠାରୁ ବେଶୀ ରହିଛି ମାଲକାନଗିରି ଜିଲ୍ଲାରେ । ଗତ କିଛି ଦିନ ମଧ୍ୟରେ ପେଟ୍ରୋଲ ଦର ବେଲଗାମ ହୋଇଯାଇଛି । ଆଜି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୩୩ ପଇସା ଥିବା ବେଳେ ଡିଜେଲ ଦର ୧୦୭ ଟଙ୍କା ୨୫ ପଇସାରେ ପହଂଚିଛି । ଲଗାତାର ପେଟ୍ରୋଲ ଦର ବଢୁଥିବାରୁ ଖାଉଟି ଏବେ ଚିନ୍ତାରେ ପଡିଛି, ଯେଉଁମାନେ ୫ ଶହ ଟଙ୍କାର ତେଲ ପକାଉଥିଲେ ସେମାନେ ଏବେ ୫୦ଟଙ୍କାର ପକାଉଥିବା ଦେଖିବାକୁ ମିଳୁଛି। । ଘରୁ ବାଇକ୍‌ କାଢିବାକୁ ଲୋକେ ଡରିଗଲେଣି । ଲଗାତାର ଦର ବଢୁଥିବାରୁ ଛୋଟ ଛୋଟ ବ୍ୟବସାୟୀମାନେ ମଧ୍ୟ ଏବେ ମଟର ସାଇକେଲ ନନେଇ ବାଇକ୍‌ରେ ବ୍ୟବସାୟ କରିବା ନେଇ ଚିନ୍ତା କଲେଣି ।

ତେବେ କାଲିମେଳାରେ ଭାରତର ସବୁଠାରୁ ତେଲ ଦର ଅଧିକା ରହିଛି । ଏଠାରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୩୭ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୧୦୭ ଟଙ୍କା ୨୪ ପଇସା ରହିଛି । ତେଲ ଦର ବଢୁଥିବାରୁ ଅତ୍ୟାବଶ୍ୟକ ଜିନିଷର ଦାମ ମଧ୍ୟ ବଢିବାରେ ଲାଗିଛି । ପିଆଜ ଦର ଜିଲ୍ଲାରେ ୪୦ ଟଙ୍କାରେ ପହଞ୍ଚିଛି।  ସେହି ଅନୁପାତରେ ପନି ପରିବା ଦର ମଧ୍ୟ ଆକାଶ ଛୁଆଁ ହେଲାଣି । ଖାଇବା ତେଲକୁ ଲୋକେ ହାତ ମାରିପାରୁନାହାନ୍ତି । ବିନା ତେଲରେ ରୋଷେଇ କରାଯାଉଥିବା ସ୍ଥାନୀୟ ଲୋକେ କହନ୍ତି । ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ଗତ ଏକ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣ ବଢିଥିବା ବେଳେ ଲୋକଙ୍କ ଆର୍ଥିକ ଅବସ୍ଥା କିନ୍ତୁ ଯେତିକିରେ ଥିଲା ସେତିକିରେ ରହିଛି । ଲୋକଙ୍କ ଦରମାରେ କୌଣସି ବର୍ଦ୍ଧିତ ହେଉନଥିବା ବେଳେ ଓଲଟା ଦରମାକୁ କାଟଛାଟ ହେଉଥବା ଲୋକେ ଅଭିଯୋଗ କରିଛନ୍ତି । ଛୋଟ ବ୍ୟବସାୟୀ, ଯେଉଁମାନେ ବାଇକ୍‌ରେ ବ୍ୟବସାୟ କରୁଥିଲେ, ସେମାନେ ଏବେ ଚିନ୍ତାରେ ପଡିଛନ୍ତି । ଗାଁ ଗାଁକୁ ବାଇକ୍‌ରେ ବିଭିନ୍ନ ଜିନିଷ ନେଇ ବେପାର ଏବେ କଷ୍ଟକର ହୋଇପଡିଥିବା କହନ୍ତି । ବିଶେଷକରି ମଧ୍ୟବିତ୍ତ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଦୈନନ୍ଦିନ ସାମଗ୍ରୀର ଦର ବଢୁଥିବାରୁ ଲୋକେ ଏବେ ଅଳ୍ପରେ ଚଳିବାକୁ ଚେଷ୍ଟା କରୁଛନ୍ତି । ଯଦି ଆଗାମୀ ଦିନରେ ତେଲ ଦର ନକମେ ତେବେ ପରିସ୍ଥିତି ଆହୁରି ଜଟିଳ ହେବ ବୋଲି କୁହାଯାଇଛି ।