କନକ ବ୍ୟୁରୋ : ମାଲକାନଗିରିରେ ପେଟ୍ରୋଲ ଟପିଲା ୯୦ ଟଙ୍କା । ଜିଲ୍ଲାର କାଲିମେଳା ପରି ଏକ ଉପାନ୍ତ ତଥା ପଛୁଆ ଅଂଚଳରେ ଏବେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି । ଆଜି କାଲିମେଳାରେ ପେଟ୍ରୋଲ ଲିଟର ୯୦ ଟଙ୍କା ୯୪ ପଇସାରେ ପହଁଚି ଯାଇଥିବାବେଳେ ଡ଼ିଜେଲ ଦର ଲିଟର ପ୍ରତି ୮୬ ଟଙ୍କା ୮୧ ପଇସା ରହିଛି ।
କାଲିମେଳା ବ୍ଲକରେ ଥିବା ଏହି ଏକମାତ୍ର ଭାରତ ପେଟ୍ରୋଲିୟମ ଟାଙ୍କିରେ ଏହି ତେଲ ଦର ଏବେ ବୃଦ୍ଧି ପାଇଥିବାରୁ ଖାଉଟୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । କେନ୍ଦ୍ର ସରକାର ତୁରନ୍ତ ତେଲ ଦର ହ୍ରାସ କରିବାକୁ ଖାଉଟୀମାନେ ଦାବି କରିଛନ୍ତି । ବିଶାଖାପାଟଣା ଓ ପାରୀଦୀପ ଡ଼ିପୋରୁ ଏଠାକୁ ତେଲ ଆସୁଥିବାରୁ ତେଲଦର ବୃଦ୍ଧି ପାଉଥିବାର କୁହାଯାଇଛି ।