କମୁନି ତେଲ ତାତି ! ମହାରାଷ୍ଟ୍ର ପରଭାଣିରେ ସର୍ବାଧିକ ୯୦ଟଙ୍କା ଟପିଲା ପେଟ୍ରୋଲ ଦର, ୧୫ଦିନ ହେଲା ଲଗାତର ବଢିଚାଲିଛି ତେଲ ଦାମ୍ ।

40

କନକ ବ୍ୟୁରୋ : ମହାରାଷ୍ଟ୍ର ପରଭାଣୀରେ ୯୦ଟଙ୍କା ୧୧ପଇସା ହୋଇଛି ପେଟ୍ରୋଲ ଲିଟର ପିଛା ଦର । ଏହା ହେଉଛି ଦେଶରେ ସର୍ବାଧିକ । ସେପଟେ ପେଟ୍ରୋଲିୟମ ମନ୍ତ୍ରାଳୟ ସ୍ଥାପନ କରୁଥିବା ଇଥେନଲ ଫ୍ୟାକ୍ଟ୍ରି ତୈଳ ଦର କମାଇବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅପରପକ୍ଷରେ ତୈଳ ଦର ବୃଦ୍ଧିରେ ସରକାରଙ୍କ କୌଣସି ଭୂମିକା ନାହିଁ ବୋଲି ସଫେଇ ରଖିଛି ବିଜେପି ।

୧୦୦ଟଙ୍କାକୁ ୧୦ ଟଙ୍କା ବାକି ! ପେଟ୍ରୋଲ ଦର ଟପିଲା ୯୦ ଟଙ୍କା । ମହାରାଷ୍ଟ୍ର ପରଭାଣିରେ ତେଲ ଦର ରେକର୍ଡ ସ୍ତରରେ ପହଂଚିଛି । ମଙ୍ଗଳବାର ଏଠାରେ ତେଲ ଦର ୯୦ଟଙ୍କା ୧୧ପଇସାରେ ପହଂଚିଛି । ଯାହା ଦେଶରେ ସର୍ବାଧିକ । ଏହା ସହ ପରଭାଣିରେ ଡିଜେଲ ଲିଟର ପିଛା ଦର ୭୭.୯୨ରୁ ବଢି ୭୮.୦୬ରେ ପହଂଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୫ ପଇସା ବୃଦ୍ଧି ପାଇବା ପରେ ଦର ୮୮ଟଙ୍କା ୨୬ ପଇସା ହୋଇଛି । ଡିଜେଲ ଦର ମଧ୍ୟ ୧୫ ପଇସା ବଢି ୭୭ଟଙ୍କା ୪୭ ପଇସା ହୋଇଛି । ସେପଟେ ଦିଲ୍ଲୀରେ ପେଟ୍ରୋଲ ଦର ୧୪ ପଇସା ବୃଦ୍ଧି ପାଇଛି । ପେଟ୍ରୋଲ ଦର ୮୦ଟଙ୍କା ୮୭ ପଇସା ହୋଇଥିବା ବେଳେ ଡିଜେଲ ରହିଛି ୭୨ଟଙ୍କା ୯୭ ପଇସା । ଲକ୍ଷେ୍ନøରେ ମଧ୍ୟ ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ର୍ରତିକ୍ରିୟା ପ୍ରକାଶ ପାଇଛି ।

ଅପରପକ୍ଷରେ ତୈଳ ଦର କମାଇବାର ମନ୍ତ୍ର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପେଟ୍ରୋଲିୟମ୍ ମନ୍ତ୍ରାଳୟ ଇଥେନଲ ଫ୍ୟାକ୍ଟ୍ରି ନିର୍ମାଣ କରିବା ପାଇଁ ଯୋଜନା କରୁଛନ୍ତି  । ଯାହା ତୈଳ ଦର କମାଇବାରେ ସହାୟକ ହେବ । ଏବଂ ଡିଜେଲ ଲିଟର ପିଛା ୫୦ଟଙ୍କା ଓ ପେଟ୍ରୋଲ ଲିଟର ପିଛା ୫୫ଟଙ୍କାରେ ମିଳିବ ବୋଲି ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି କହିଛନ୍ତି । ସେପଟେ ଏହାର ଜବାବ ରଖିଛି କଂଗ୍ରେସ ।

ସେପଟେ ତୈଳ ଦର କମାଇବା ପାଇଁ ହାତ ଟେକି ଦେଇଛନ୍ତି କେନ୍ଦ୍ର ସରକାର । ତୈଳ ଦର ବୃଦ୍ଧିରେ ସରକାରଙ୍କ କୌଣସି ଭୂମିକା ନାହିଁ ବୋଲି କହିଛି ବିଜେପି । ଏବଂ ତୈଳ ଦର ବୃଦ୍ଧି ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଉତ୍ପାଦନ ଦାୟୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଡାକରାର ଦିନକ ପରେ ପୁଣି ଥରେ ଦର ବୃଦ୍ଧି ପାଇଛି ତୈଳ ଦର । ଲଗାତର ୧୫ଦିନ ହେଲା ହୁ ହୁ ହୋଇ ତୈଳ ଦର ବଢିବା ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି ।