କନକ ବବ୍ୟୁରୋ : ତୈଳ ଦର ବୃଦ୍ଧିରେ ଲାଗୁନି ଲଗାମ । ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଦର ବଢିବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ଦର ୧୦୫ ଟଙ୍କା ୮୪ ପଇସା ହୋଇଛି । ଡିଜେଲ ଲିଟର ୯୪ ଟଙ୍କା ୫୭ ପଇସାକୁ ବୃଦ୍ଧି ପାଇଛି ।
ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୧୧ ଟଙ୍କା ୭୭ ପଇସା ଓ ଡିଜେଲ ଦର ୧୦୨ ଟଙ୍କା ୫୨ ପଇସାରେ ପହଂଚିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ବୃଦ୍ଧି ପାଇ ୧୦୬ ଟଙ୍କା ୭୭ ଟଙ୍କା ହୋଇଛି । ଡିଜେଲ ୧୦୩ ଟଙ୍କା ୧୫ ପଇସାକୁ ବୃଦ୍ଧି ପାଇଛି । ଅକ୍ଟୋବର ମାସରେ ୩ ଦିନକୁ ଛାଡି ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଚଳିତ ମାସ ବର୍ତମାନ ସୁଦ୍ଧା ୪ଟଙ୍କା ୧୫ ପଇସା ବୃଦ୍ଧି ହୋଇସାରିଲାଣି । ସେହିପରି ଡିଜେଲ ୪ ଟଙ୍କା ୭୦ ପଇସା ବୃଦ୍ଧି ହୋଇଛି । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଉପରେ ଲଗାତର ନଜର ରଖାଯାଇଛି । ତୈଳ ଦରରେ ସ୍ଥିରତା ଆଣିବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ।
Petrol price in BBSR has reached an all time high of Rs 106.19/ltr. By putting in 18 hrs a day the PM has worked hard to increase the woes of the common man. pic.twitter.com/kGPC6D7gwE
— Niranjan Patnaik (@NPatnaikOdisha) October 17, 2021
ସେପଟେ, ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଉଛି। ଏହାକୁ ନେଇ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ଭୁବନେଶ୍ବରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୬ ଟଙ୍କା ୧୯ ପଇସାରେ ପହଞ୍ଚିଛି। ଦିନକୁ ୧୮ ଘଣ୍ଟା ଲଗାଇ ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କ ଦୁଃଖ ବଢ଼ାଇବା ପାଇଁ କଠିନ ପରିଶ୍ରମ କରିଛନ୍ତି।