ତେଲ ଦର ବୃଦ୍ଧି ନେଇ ହାତ ଟେକିଦେଲେ ସରକାର : ଦର ହ୍ରାସ ପାଇଁ ସମାଧାନ ବାହାର କରନ୍ତୁ କେନ୍ଦ୍ର-ରାଜ୍ୟ 

335

କନକ ବ୍ୟୁରୋ : ତୈଳ ଦର ବୃଦ୍ଧି ନେଇ ହାତ ଟେକିଦେଲେ ସରକାର । କେନ୍ଦ୍ରଅର୍ଥ ମନ୍ତ୍ରୀ ସୀତାରମଣ କହିଲେ, ଦର କମାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ଆଲୋଚନ କରି ବାହାର କରନ୍ତୁ ସମାଧାନର ସୂତ୍ର । ଏହାସହ ଦର କମିବା ଛଡା ଆଉ କୌଣସି ଉତ୍ତର ଲୋକଙ୍କୁ ଖୁସି କରିପାରିବ ନାହିଁ ବୋଲି କହିଛନ୍ତି ସୀତାରମଣ । ଦେଶରେ ପେଟ୍ରୋଲ ଦର ହୁ ହୁ ହୋଇ ବଢିଚାଲିଥିବା ବେବେେ କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ଶହେ ଟପିଛି ।

ବଢୁଥିବା ତୈଳ ଦର ନେଇ ମୁହଁ ଖୋଲିଲେ କେନ୍ଦ୍ର ଅର୍ଥମନ୍ତ୍ରୀନିର୍ମଳା ସୀତାରମଣ । ତେଲ ଦର ବୃଦ୍ଧି ଏକ ଚିନ୍ତାଜନକ ପ୍ରସଙ୍ଗ ତେବେ ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଆଲୋଚନା କରି ଉପଭୋକ୍ତାଙ୍କୁ କିଭଳି କମ ଦରରେ ତେଲ ମିଳିବ ତାର ସମାଧାନ କରିବା ଆବଶ୍ୟକ ବୋଲି କହିଛନ୍ତି ସୀତାରମଣ । ତେବେ ଏହି ସମସ୍ୟାର ସମାଧାନ ପାଇଁ କେବଳ ଦରହ୍ରାସ ଏକମାତ୍ର ଉପାୟ ବୋଲି କହିଚନ୍ତି ସୀତାରମଣ । ଏହି ପ୍ରସଙ୍ଗରେ ଦରହ୍ରାସ ବ୍ୟତୀତ ଅନ୍ୟ କୌଣସି ଉତରରେ କାହାକୁ ସନ୍ତୁଷ୍ଟ କରିହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।