ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର । ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା

464

କନକ ବ୍ୟୁରୋ : ଦେଶରେ ଲଗାତାର ପେଟ୍ରୋଲ-ଡିଜେଲ ଦର ମହଙ୍ଗା ହେବାରେ ଲାଗିଛି । ଗତ କିଛିଦିନ ତୈଳ ଦର ସ୍ଥିର ରହିବା ପରେ ପୁଣି ବଢିବାରେ ଲାଗିଛି ଦର । ଆଜିକୁ ମିଶାଇ ଲଗାତାର ଷଷ୍ଠ ଦିନରେ ବଢିଛି ପେଟ୍ରୋଲ-ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିବା ବେଳେ, ଡେଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି । 

ରାଷ୍ଟ୍ରାୟତ୍ତ ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ତେଲଦର ବୃଦ୍ଧି ଯୋଗୁଁ ଏହି ବୃଦ୍ଧି କରାଯାଇଥିବା ଜଣାଯାଇଛି । ଏହି ବୃଦ୍ଧି ପରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ଟ.୧୦୫.୪୬ କୁ ବୃଦ୍ଧି ପାଇଛି । ସେହିପରି ଡିଜେଲ ଲିଟର ପିଛା ଟ.୧୦୧.୬୨କୁ ବୃଦ୍ଧି ପାଇଛି । ସେହିପରି କଟକରେ ପେଟ୍ରୋଲ ଟ.୧୦୫.୪୦ ଓ ଡିଜେଲ ଟ.୧୦୧.୫୭ରେ ବିକ୍ରି ହେଉଛି । ସମ୍ବଲପୁରରେ  ପେଟ୍ରୋଲ ଟ.୧୦୫.୭୨ ଓ ଡିଜେଲ ଟ.୧୦୧.୯୦ରେ ବିକ୍ରି ହେଉଛି । ତେବେ ମାଲକାନଗିରିରେ ତେଲଦର ରେକର୍ଡ ସ୍ତରରେ ପହଞ୍ଚିଛି । ଜିଲ୍ଲାରେ ପେଟ୍ରୋଲ ଟ.୧୧୦.୬୨ ଓ ଡିଜେଲ ଟ.୧୦୬.୬୨ରେ ବିକ୍ରି ହେଉଛି ।

ତୈଳ ଦର ବୃଦ୍ଧି ପାଇବା ଦ୍ୱାରା ଟ୍ରାନ୍ସପୋର୍ଟିଂ ଚାର୍ଜ ମଧ୍ୟ ବୃଦ୍ଧି ପାଉଛି । ଯାହାଦ୍ୱାରା ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ସେପଟେ କିନ୍ତୁ ତୈଳଦର ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ପରସ୍ପର ମଧ୍ୟରେ ଦୋଷ ଲଦାଲଦି ହେଉଛନ୍ତି